କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କିଆ ଇଣ୍ଡିଆ ଲିମିଟେଡର ବହୁ ପ୍ରତିକ୍ଷିତ ମଡେଲ କାରେନ୍ସ କ୍ଲାଭିସ୍ ଆଣି କାର ବଜାର ପ୍ରବେଶ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ କିଆ ଇଣ୍ଡିଆ ର ସ୍ଵୀକୃତି ପ୍ରାପ୍ତ ଡିଲର୍ “ସେଣ୍ଟ୍ରାଲ କିଆ” ମଂଗଳାବାଗ ରିଙ୍ଗ ରୋଡ ସ୍ଥିତ ସୋରୁମ୍ ରେ ଶୁକ୍ରବାର ସନ୍ଧ୍ୟାରେ ବଜାର ପ୍ରବେଶ ଉତ୍ସଵର ଉଦଘାଟନ କରାଯାଇଥିଲା । ଏହି ଅବସର କଟକ ଆଞ୍ଚଳିକ ପରିବହନର ଯୁଗ୍ମ କମିଶନର ବିରଞ୍ଚି ନାରାୟଣ ଅଧିକାରୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସେଣ୍ଟ୍ରାଲ କିଆ ର ମ୍ୟାନେଜିଂ ଡାଇରେକ୍ଟର ବିଶାଲ୍ ଧୱନ୍ ଏବଂ କିଆ ଇଣ୍ଡିଆ ର ଏରିଆ ମ୍ୟାନେଜେର ହେମନ୍ତ ମିଶ୍ର ଓ ଜେନେରାଲ ମ୍ୟାନେଜର ପ୍ରଶାନ୍ତ ବେହାରା ଏବଂ ଏସ୍ସିଟାଣ୍ଡ ଜେନେରାଲ ମ୍ୟାନେଜେର ସରୋଜ କୁଆଁର ଉପସ୍ଥିତ ଥିଲେ । କିଆ ଏହାର ଅତ୍ୟାଧୁନିକ ଡିଜାଇନ୍ ଏବଂ ଉନ୍ନତ ଫିଚର ସହିତ ଏହି ବର୍ଗ ରେ ଏକ ନୂତନ ଚାଳନା ଅଭିଜ୍ଞତା ଦେଇପାରିବ ।

ଏହା ର ବାହାର ଆକୃତି ଏକ ଶକ୍ତିଶାଳୀ ଉପସ୍ଥିତି କୁ ଦର୍ଶାଇଥାଏ ଓ ଏହାର ଆଭ୍ୟନ୍ତରୀଣ ଡିଜାଇନ୍ “କିଆ କାର୍ଣିଭାଲ” ର ବିଶାଳ ଅତ୍ୟାଧୁନିକ ଡିଜାଇନ୍ ରୁ ପ୍ରଭାବିତ । କିଆ କାରେନ୍ସ କ୍ଲାଭିସ୍ EV” କେବଳ ଏହାର ବାହ୍ୟ କିମ୍ବା ଆଭ୍ୟନ୍ତରୀଣ ଡିଜାଇନ୍ ପାଇଁ ଉତ୍କୃଷ୍ଟ ତାହା ନୁହେଁ, ପରନ୍ତୁ ଏହା ଅତ୍ୟାଧୁନିକ ୨୦ ଟି ଅଟୋନୋମସ୍ ADAS ଲେଭେଲ ୨.୦ ଯାହାକି ଆପଣଙ୍କ ସୁବିଧା ଓ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ।















