No Result
View All Result
ବେଲପଡା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ପଣ୍ଡରୀଯୋର ଗ୍ରାମ ପଂଚାୟତରେ ସୋମବାର ପ୍ରଶାସନ ପକ୍ଷରୁ ପଣ୍ଡରୀଯୋର ଗ୍ରାମପଂଚାୟତର ସଭାଗୃହ ଠାରେ ଅଭିଯୋଗ ଶୁଣାଣୀ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଲପଡା ବିଡିଓ ରାଜେଶ କୁମାର ମେହେରଙ୍କ ଅଧ୍ୟକ୍ଷତା କରିଥିବା ବେଲେ ସରପଂଚ ଶୁସିଲା ମେହେର, ସିଡିପିଓ ବିଦ୍ୟୁତ ପ୍ରଭା ନାଗ ମଂଚାସିନ ଥିଲେ ।

ଆଜିର ଏହି ଶିବିରରେ ଗ୍ରାମ ପଂଚାୟତର ୬ଟି ଗାଁର ଅଭିଯୋଗ କାରୀ ସାମିଲ ହୋଇ ବିଡିଓଙ୍କ ପାଖରେ ନିଜର ସମସ୍ୟା କଥା ଆଲୋଚନା କରିଥିଲେ । ଏଥିରେ ପଣ୍ଡରିଯୋର, ବିଛୁବାହାଲି, ଗିଦ୍ମାଲ, କର୍ଲାବାହାଲି, ମୁଣ୍ଡାପଲା ଓ ଭାଲୁବାହାଲି ଗାଁର ଅନେକ ଅଭିଯୋଗକାରୀ ଆସିଥିଲେ । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆସିଥିବା ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ହେବ ବୋଲି ବିଡିଓ ଶ୍ରୀ ମେହେର କହିଥିଲେ ।
ତେବେ ଏହି ଶିବିରରେ ବ୍ଲକ ପକ୍ଷରୁ ଅଧିକାରୀ ମାନେ ସାମିଲଥିବା ବେଲେ ଏଡିଇଓ ବିନୟିନି କାଣ୍ଡ, ତପନ କୁମାର ନାଏକ, ଅନନ୍ତ ପ୍ରସାଦ ବେହେରା, ଅସିତ ବେହେରା, ପ୍ରମୋଦ ପାଣିଗ୍ରାହୀ, ଯୋଗାଣ ଅଧିକାରୀ ଦୁର୍ଗା ପ୍ରସାଦ ରଥ, ଜିପିଇଓ ଅନୁରାଧା ସାହୁ, ଯୋଗାଣ ସହାୟକ ନାରାୟଣ ଜୁଏଡ, ପଂଚାୟତର ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ଏମ୍ବିକେ, ସିଆରପି ସଦସ୍ୟ ସଦସ୍ୟା, ଗ୍ରାମ ପଂଚାୟତର ୱାର୍ଡ ସଭ୍ୟ/ସଭ୍ୟା, ପିଅନ ଭରତ ଖର୍ସେଲ ବୈଠକରେ ସାମିଲ ଥିଲେ ।

No Result
View All Result