ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଓଡିଶା ମହାସଂଘ ର ସଦସ୍ୟ ବେଦବ୍ୟାସ ବିଶି ଙ୍କ ମୃତ୍ୟୁ ପରେ ପରିବାର ଲୋକ ଙ୍କୁ ଓଡିଶା ଡ୍ରାଇଭର ମହାସଂଘ କଣ୍ଟାବାଞ୍ଜି ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।ବଲାଙ୍ଗିର ଜିଲ୍ଲା କୋଷାଧ୍ୟକ୍ଷ ଅମିତ ଦଣ୍ଡ ସେନା,କଣ୍ଟାବାଞ୍ଜି ଓଡିଶା ଡ୍ରାଇଭର ମହାସଂଘ ସଭାପତି ଗିରିଧାରୀ ଧାରୁଆ,ସହ ସମ୍ପାଦକ ପ୍ରସାଦ ବାଗ,

ଉପସଭାପତି ଶମ୍ଭୁତାଣ୍ଡି,କୋଷାଧ୍ୟକ୍ଷ ଆର୍ତ୍ତତ୍ରାଣ ମହାନନ୍ଦ କଣ୍ଟାବାଞ୍ଜି ଡ୍ରାଇଭର ୟୁନିଅନ ସଭାପତି କାର୍ତ୍ତିକ ବରିହା,ଉପସଭାପତି ନନ୍ଦଲାଲକୁମ୍ଭାର,ସଂପାଦକ ରୋହିତ ନାୟକ,ସହସମ୍ପାଦକ ବିଜୟ ଦାସ,ଉପଦେଷ୍ଟା ଦେବରାଜ ଯାଦବ, ଲାଲ ବଞ୍ଛୋର୍,ସୁନିଲ ପଟେଲ,ରଞ୍ଜିତ ପୁଞ୍ଜି,
ଶଙ୍କର ପୁଞ୍ଜି, ସାର୍ତିକ ବଞ୍ଚୋର୍ ଏବଂ ସଦସ୍ୟ ବୃନ୍ଧ ମାନେ ଉପସ୍ଥିତ ଥିଲେ।ମୃତ ଡ୍ରାଇଭର ଙ୍କ ପରିବାର କୁ ସଂଘ ପକ୍ଷରୁ ୩୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହି ଗରିବ ପରିବାର କୁ ସହାୟତା କରାଯାଉଥିବାରୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଉଛି।














