No Result
View All Result
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସ୍ଥିତ ବାପୁଜୀ ଜୁନିୟର କଲେଜ ପରିସରରେ ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ବହୁ ଆଡମ୍ବର ସହ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିବା ସହ ନାରୀ ସୁରକ୍ଷା ସଚେତନତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ନେତ୍ରଭାନୁ ପାଇକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇସିସି ପ୍ରିଜାଇଡିଂ ଅଫିସର ଶ୍ରୀମତୀ ଶୈଳବାଳା ନାୟକ ଉପସ୍ଥିତ ଥିବା ବେଳେ ଶିକ୍ଷକ ବିକ୍ରମ କେଶରୀ ସାହୁ ସ୍ବାଗତ ଭାଷଣ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ ।
ଯୌନ ନିର୍ଯାତନା ନିରାକରଣ ସମ୍ପର୍କରେ ସ୍ଥାନୀୟ କଲେଜ ଅଧକ୍ଷ ନେତ୍ରଭାନୁ ପାଇକ ପୁଙ୍ଖାନୁପୁଙ୍ଖ ଭାବେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଆଇସିସି ସଦସ୍ୟ ଅଧ୍ୟାପକ ଦେବେନ୍ଦ୍ର ପ୍ରଧାନ, ନୃସିଂହ ଚରଣ ଗୌଡ଼ ଓ ଘନେଶ୍ବର ସାର ପ୍ରମୁଖ ଉପସ୍ଥିତ ରହି ନାରୀ ସୁରକ୍ଷା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଏହି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଲେଜ ର ସମସ୍ତ କର୍ମଚାରୀ, ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଓଡ଼ିଆ ଅଧ୍ୟାପକ ପ୍ରକାଶ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result