ସମ୍ମାନିତ ଅତିଥି ଭାବେ ବିଶ୍ବ ବନ୍ୟଜନ୍ତୁ ତହବିଲ, ଭାରତର ଓଡିଶା ପ୍ରମୁଖ ତଥା ପ୍ରାକ୍ତନ ନିର୍ଦେଶକ ମାଇକେଲ ପିଟର, ବନ୍ୟଜନ୍ତୁ ସଂରକ୍ଷକ ବିଜୟ କୁମାର ଦାସ, ପରିବେଶବିତ ସମ୍ବିତ ଘୋଡେଇ ଓ ସ୍ଥାନିୟ ବନପାଳ ମନ୍ମଥ ପରିଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ । ମାନବ ସେବାରେ ବନ୍ୟଜନ୍ତୁଙ୍କ ଅବଦାନ ଅତୁଳନୀୟ । ମୁଖ୍ୟତଃ ହାତୀମାନଙ୍କ ମଳମୂତ୍ର, ହାଡ଼ମାଂସ, ଚର୍ମ, ନଖ ସବୁକିଛି ଆବଶ୍ୟକୀୟ ଉପାଦାନ ଅଟେ । ସେମାନେ ପରିବେଶକୁ ସନ୍ତୁଳିତ ରଖନ୍ତି ।
ସେମାନଙ୍କୁ ସଂରକ୍ଷଣ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ, ଏଥିରେ ଛାତ୍ର ସମାଜ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଆବଶ୍ୟକ ବୋଲି ଅତିଥି ଗଣ ମତପୋଷଣ କରିଥିଲେ । ବିଦ୍ୟାଳୟର ଜୁନିଅର ରେଡକ୍ରସ କାଉନସିଲର ଦିବ୍ୟସିଂ ପ୍ରଧାନ ପ୍ରୋଜେକ୍ଟର ମାଧ୍ଯମରେ ଉପସ୍ଥିତ ଗ୍ରାମବାସୀ ତଥା ଛାତ୍ରଛାତ୍ରୀଙ୍କୁ ପରିବେଶକୁ ସୁରକ୍ଷିତ ରଖିବାର ତାଲିମ ଦେଇଥିଲେ । ଶେଷରେ ବିଜ୍ଞାନ ଶିକ୍ଷିକା ଅପର୍ଣ୍ଣା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯକ୍ରମରେ ବିଦ୍ୟାଳୟର ଶିକ୍ଷକ ବେଣୁଧର ବେହେରା, ଦୀପକ କୁମାର କହଁର,ବାମଚନ୍ଦ୍ର ପ୍ରଧାନ,ସାଗ୍ନିକା ସେଠି ଓ ସୁଚିସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

© 2023 Odisha Taza News.