No Result
View All Result
ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ଟାଙ୍ଗୀ ଖୋର୍ଦ୍ଧା ଅସରlଏ ବର୍ଷାରେ ରାଜଜଙ୍କିଆ ଓ ପାତାଳେଶ୍ୱର ରାସ୍ତା ପlଲଟିଛି କୁତ୍ରିମ ପୋଖରୀ l ସୂଚନା ମୁତାବକ ନୟାଗଡ଼ ଜିଲ୍ଲା ରଣପୁର ବ୍ଳକର ରାଜଜଙ୍କିଆ ପଞ୍ଚାୟତର ଶେଷ ଓ କେରାଣ୍ଡlଟାଙ୍ଗୀ ପଞ୍ଚାୟତର ଉକ୍ତ ଅଞ୍ଚଳଟି ଆରମ୍ଭ ହୋଇଥାଏ l ଏହି ଦୁଇଟି ପଞ୍ଚାୟତକୁ ଗ୍ରାମ ସଡକ ମଧ୍ୟରେ ଯୋଗାଯୋଗ ସମ୍ଭବ ହୋଇଥାଏ l ଏହି ରାସ୍ତା ଦେଇ ଅନେକ ଗାଁର ଲୋକେ ନିର୍ଭରଶୀଳ ହୋଇ ଯାତାୟତ କରିଥାନ୍ତି l 
କମlଗୁରୁ,ରାଜଜଙ୍କିଆ, ଓସ୍ତପଦା, ଅରିଶଲ, ହରିହରପୁର,ମୟୂରଝଲିଆ, ସିକୋ, ମୁକ୍ତାପୁର, ବୃନ୍ଦାବନବିହାରୀ ପୁର, ଗ୍ରାମର ଲୋକମାନଙ୍କ ସହିତ ସ୍କୁଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ଓ ଅନେକ ଚାରିଚକିଆ ,ତିନି ଚକିଆ,ଦୁଇଚକିଆ ଯାନ ବାହାନ ଏହି ରାସ୍ତାଦେଇ ଯାତାୟତ କରିଥାନ୍ତି l ଅସରାଏ ବର୍ଷlରେ ଉକ୍ତ ରାସ୍ତା ଅବସ୍ଥା ବେହାଲ ହୋଇ ସ୍ଥାନେ ସ୍ଥାନେ ଗlତହୋଇ ବର୍ଷାପାଣି ଜମିରହିଥାଏ l
ଫଳସ୍ଵରୂପ ଛୋଟ ବଡ ଦୁର୍ଘଟଣାମାନ ଘଟି ଅନେକ ଧନ ଜୀବନ ନଷ୍ଟ ହୋଇଥାଏ l କାଦୁଅ ଓ ପାଣି ପାଇଁ ଅନେକ ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡିଥାଏ l ଉକ୍ତ ଅଞ୍ଚଳଟି ରଣପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ହୋଇଥିବାରୁ ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଦୃଷ୍ଟି ଆକର୍ଷଣକରି ସେହି ରାସ୍ତାଟିକୁ ସୂଚାରୁରୂପେ ନିର୍ମାଣ କଲେ ଆଖପାଖ ଗ୍ରାମବାସୀ ଓ ପଥଚାରି ମାନେ ସୁବିଧାରେ ଯିବା ଆସିବା କରିବା ସହଜ ହୋଇପାରିବ l

No Result
View All Result