No Result
View All Result
ଟାଙ୍ଗୀ ବ୍ଲକ୍ ର ୧୪ ମଉଜା, ୨୬ ପଞ୍ଚାୟତ ପାଇଁ ସାଂସଦ ଙ୍କ ବିଭିନ୍ନ ସେବା ପ୍ରଦାନ ୪୨ ଜମିପଟ୍ଟା, ୭୮ ରାସନ୍ କାର୍ଡ ବଣ୍ଟନ ସମେତ ସାମୁହିକ ପାଠାଗାର ଓ କୋଚିଂ ସେଣ୍ଟର୍ ର କଲେ ଶିଳାନ୍ୟାସ
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଞ୍ଚଳର ୨୬ ଟି ପଞ୍ଚାୟତ ଓ ୧୪ ମଉଜା ର ଜନ ସାଧାରଣ ଙ୍କ ପାଇଁ ବହୁ ଆବଶ୍ୟକୀୟ କାର୍ଯ୍ୟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଞ୍ଚଳର ଲୋକ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ସାମୁହିକ ପାଠାଗାର ଓ କୋଚିଂ ସେଣ୍ଟର ପାଇଁ ସାଂସଦ ଶିଳାନ୍ୟାସ କରିଥିବା ବେଳେ ଆଗାମୀ ଦିନରେ ଟାଙ୍ଗୀ ଅଞ୍ଚଳର ପିଲା ମାନେ ସେଠାରେ ବିଭିନ୍ନ ପୁସ୍ତକ ପଢ଼ିବାର ସୁଯୋଗ ପାଇବେ ।

ଏଥିସହିତ ବିଭିନ୍ନ ଉଚ୍ଚ ଶିକ୍ଷା ଓ ପ୍ରତିଯୋଗିତା ମୂଳକ ପରୀକ୍ଷା ର ପ୍ରସ୍ତୁତି ପାଇଁ ଏହା ସହଯୋଗ କରିବ । ଏପରିକି ସାଂସଦ ଅପରାଜିତା, ନିଜେ ମଧ୍ୟ ଏଠାରେ ପଢ଼ାଇବେ ବୋଲି ଶିଳାନ୍ୟାସ ଅବସରରେ ସୂଚନା ଦେଇଛନ୍ତି ଅପରାଜିତା । ବ୍ଲକ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ସାଂସଦ ,ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୧୪ ଟି ମୌଜାର ୪୨ ଜଣ ଭୂମିହିନ ଙ୍କୁ ସରକାର ଙ୍କ ବସୁନ୍ଧରା ଯୋଜନା ଅନ୍ତର୍ଗତ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା ବଣ୍ଟନ କରିଛନ୍ତି ।

୧୯୬୨ ଲ୍ୟାଣ୍ଡ ସେଟେଲମେଣ୍ଟ ନିୟମ ଅନୁଯାୟୀ ଅଞ୍ଚଳର ଏହି ୪୨ ଜଣ ଭୂମିହୀନ ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଉକ୍ତ ଜମିରେ ପ୍ରଧାନମନ୍ତ୍ରୀ ଆବାସ ସମେତ ଅନ୍ୟାନ୍ୟ ସରକାରୀ ସୁବିଧା ମାନ, ପଟ୍ଟା ଧାରୀ ମାନେ ପାଇପାରିବେ । ଏଥିସହିତ ଏହି ଅବସରରେ ବ୍ଲକ ର ୨୬ ପଞ୍ଚାୟତ ରୁ ତିନିଜଣ ଲେଖାଏଁ ପରିବାର ଙ୍କୁ, ଅର୍ଥାତ୍ ୭୮ ଟି, ରାସନ୍ କାର୍ଡ ମଧ୍ୟ ପ୍ରଦାନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ପ୍ରତିମାସ ଏହି ରାସନ୍ କାର୍ଡ ଜରିଆରେ ପରିବାର ର ପ୍ରତ୍ୟେକ ସଦସ୍ୟ ପିଛା ୫ କିଲୋ ଚାଉଳ, ୧୨୫୦ଗ୍ରାମ ମାଣ୍ଡିଆ, ୭୦୦ମିଲି ଲିଟର କିରୋସିନ ଓ ମେଡ଼ିକାଲ ସୁବିଧାର ଲାଭ ଉଠାଇ ପାରିବେ କାର୍ଡ ଧାରୀ । ଏହି ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ସମେତ ,ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ସାଂସଦ ପ୍ରତିନିଧି ବିଦ୍ୟୁତ୍ କାଣ୍ଡି, ସ୍ଥାନୀୟ ବିଡ଼ିଓ,

ତହସିଲଦାର, ଭାଇସ୍ ଚ୍ୟାୟାରମେନ୍ ଓ ଅନ୍ୟାନ୍ୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏଭଳି ଜନକଲ୍ୟାଣ କାରି କାର୍ଯ୍ୟ ଜାରି ରହିବ ବୋଲି ସାଂସଦ ଅପରାଜିତା କହିଥିବା ବେଳେ ଲୋକଙ୍କ ସହଯୋଗ ଓ ଭଲପାଇବା ତାଙ୍କୁ ଅଧିକ ଲୋକହିତକର କାର୍ଯ୍ୟ କରିବାକୁ ପ୍ରେରଣା ଦେଉଛି ବୋଲି କହିଛନ୍ତି ।

No Result
View All Result