No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ସାମାଜିକ ଅନୁଷ୍ଠାନ ଅସ୍ତିତ୍ବ ପକ୍ଷରୁ ବାଙ୍କୀ ବଜାର ରେ ପଥ ଚାରି ମାନଙ୍କୁ ନିଜ ନିଜ ଗୃହ ଓ ଖାଲି ସ୍ଥାନରେ ବୃକ୍ଷ ରୋପଣ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠାନ ରେ ସମ୍ପାଦକ ଗୌତମ ମିଶ୍ର ଶୁଭ ଆରମ୍ଭ କରି ଥିଲେ । ଅନୁଷ୍ଠାନ ପକ୍ଷରୁ ବହୁ ପଥ ଚାରି ଙ୍କୁ ଆମ୍ବ, ଅର୍ଜୁନ, ଜାମୁ ଚାରା ବଣ୍ଟନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ପ୍ରକୃତି ବନ୍ଧୁ ଦୀପକ କୁମାର ସାମନ୍ତରାୟ ଙ୍କୁ ଆମ୍ବ ବୃକ୍ଷ ପ୍ରଦାନ କରି”ବୃକ୍ଷ ମାନବ ” ସମ୍ମାନ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇ ଥିଲା । ସମାଜ ସେବୀ ଅମିତ କୁମାର ସାହୁ, ଦେବୀ ପ୍ରସନ୍ନ ପଣ୍ଡା, ଉଲ୍ଲାସ ବେହେରା, ନକୁଳ ସାହୁ, ଶ୍ରୀକୃଷ୍ଣ ତ୍ରିପାଠୀ ପ୍ରମୁଖ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମ ରେ ସହଯୋଗ କରି ଥିଲେ ।

No Result
View All Result