ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସର୍ବଜନାଦୃତ ମାସିକ ଓଡିଆ ପତ୍ରିକା ‘କାଦମ୍ବିନୀ’ର ୨୬ତମ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜୟଦେବ ସଭାଗୃହରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ପ୍ରଫେସର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥିଭାବରେ ଯୋଗଦେଇଥିଲେ ସଦାଶିବ କେନ୍ଦ୍ରୀୟ ସଂସ୍କୃତି ବିଶ୍ଵବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର,ବିଶିଷ୍ଟ କବୟିତ୍ରୀ ଡ.ଅପର୍ଣ୍ଣା ମହାନ୍ତି,ବିଶିଷ୍ଟ ବ୍ୟଙ୍ଗକବି ଜ୍ଞାନ ହୋତା ଓ ବିଶିଷ୍ଟ କବି ଶ୍ରୀଯୁକ୍ତ ପବିତ୍ର ମୋହନ ଦାଶ।















