କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଟକର୍ଲା ଗ୍ରାମ ପଞ୍ଚାୟତ ଅଧିନ ବଣ ପାହାଡ଼ ଘେରା କୁନ୍ଦେଇଝରନ୍ ଗାଁକୁ ଯିବାପାଇଁ କୌଣସି ରାସ୍ତା ନଥିବାରୁ ଗାଁରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ଦେଶ ସ୍ୱାଧୀନ ହେବାର ଦୀର୍ଘ ୭୮ବର୍ଷ ପରେ ମଧ୍ୟ ଗମନା ଗମନ କରିବା ପାଇଁ ରାସ୍ତା ନାହିଁ। କେବଳ ପାଦଚଲା ରାସ୍ତାରେ ଲୋକେ ଯାତାୟତ କରୁଥିବା ବେଳେ ବର୍ଷାଦିନେ ଭୋଗୁଛନ୍ତି ଯମ ଯନ୍ତ୍ରଣା।ଅତି ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଉକ୍ତ ରାସ୍ତାର ଦୁରାବସ୍ଥା ସମ୍ପର୍କରେ ସୂଚନା ପାଇ ଗ୍ରାଉଣ୍ଡ ଜିରୋରେ ପହଞ୍ଚିବା ପରେ ରାସ୍ତାର ଅବସ୍ଥା ଦେଖିବାକୁ ମିଳିଥିଲା। ସେଠାରେ ବିଜେପି ରୁପ୍ରା ମଣ୍ଡଳ ସଭାପତି ଗୁଣନିଧି ସାହୁ ମଧ୍ୟ ଉପସ୍ଥିତ ଥିଲେ।















