No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗିିର ଜିଲ୍ଲା କଣ୍ଟାବାଞ୍ଜି ସହର ଉପକଣ୍ଠସ୍ଥ ବନ୍ଦ ହୋଇ ପଡ଼ିଥିବା ନିଲାଂଚଳ ସିମେଂଟ ଫ୍ୟାକ୍ଟ୍ରି ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ଗଳିତ ଶବ ରବିବାର ପୋଲିସ ଉଦ୍ଧାର କରିଛି । ମିଳିତ ସୂଚନା ଅନୁସାରେ କଣ୍ଡାବାଞ୍ଜି ଥାନା ଡୁମେରଚୁଆଁ ଗ୍ରାମର କୁଞ୍ଜ ମାଝି (୧୯) ଯୁବକଟି ଗତ ୨୦ ତାରୀଖ ରାତିରୁ ଖାଉଥିବା ବେଳେ ଏକ ଫୋନ କଲ୍ ପାଇ ଘରୁ ଚାଲିଯାଇଥିଲା । ଘରୁ ଗଲା ପରେ ଫେରି ନ ଥିଲା ।
ଖୋଜା ଖୋଜି ପରେ ନ ପାଇବାରୁ ତାର ମାଁ ଚୁକ୍ତି ମାଝି ପୁଅର ନିଖୋଜ ନେଇ ୨୧ତାରୀଖ ଦିନ ଥାନାରେ ଏକ ଲିଖତ ଅଭିଯୋଗ କରିଥିଲା । ନିଖୋଜକୁ ନେଇ ଚୁକ୍ତି ମାଝିଙ୍କ ଅଭିଯୋଗ ଉପରେ ପୋଲିସ କେସ ନଂ. ୩୫/୨୦୫ ନିଖୋଜ ମାମଲା ରୁଜୁ କରିଥିଲା । ମାଆର ଲିଖିତ ଅଭିଯୋଗ ଉପରେ ପୋଲିସ ଖୋଜାଖୋଜି କରିବାରେ ରବିବାର ଦିନ ସିମେଂଟ ଫ୍ୟାକ୍ଟ୍ରି ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ଗଳିତ ଶବ ଭାସୁଥିବା ଖବର କୁଞ୍ଜ ଅଜା ପାଇ ପୋଲିସକୁ ଜଣାଇଥିଲେ ।
ଏହା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ଅନୁସଂଧାନ କରିଥିଲା। ବଲାଙ୍ଗିର ସାଇଣ୍ଡିଫିକ୍ ଟିମ, ଅଗ୍ନିଶମ ବିଭାଗ କଣ୍ଟାବାଞ୍ଜି ଏବଂ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ବିଶ୍ୱନାଥ ଖାଲକୋଙ୍କ ଉପସ୍ଥିତିରେ ଗଳିତ ଶବକୁ କୂଅରୁ ଉଦ୍ଧାର କରିଥିଲେ। ପରିବାର ଲୋକେ ଶବକୁ ଚିହ୍ନଟ ପରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଗଳିତ ଶବକୁ ସରକାରୀ ଡାକ୍ତରଖାନାରେ ସୁରକ୍ଷିତ ରଖାଯାଇଛି ଯାହା ସୋମବାର ଦିନ ସକାଳେ ଶବ ବ୍ୟବଛେଦ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।
ଏହି ଘଟଣା ଉପରେ ପୋଲିସ ଥାନା ରେ ଏକ ମାମଲା (କେସ ନଂ. ୨୩୧/୨୦୨୫) ଦଫା ୧୦୩(୧) ରୁଜୁ କରି ଅଧିକ ତଦନ୍ତ ଚଲାଇଥିବା ବେଳେ ଡୁମେରଚୁଆଁ ଗ୍ରାମର ୩ ଜଣକୁ ଅଟକ ରଖି ଅଧିକ ଅନୁସଂଧାନ ଜାରି ରହିଥିବା ଅନୁସଂଧାନ ଅଧିକାରୀ ଆଇଆଇସି ରଶ୍ମିତା ବେହେରାଙ୍କ ଠାରୁ ପ୍ରକାଶ।ପ୍ରକାଶ ଥାଉକି ମୃତକ କୁଞ୍ଜ ତୁରେକେଲା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ୩ର ଦ୍ଵିତୀୟ ବର୍ଷର ଛାତ୍ର ହୋଇଥିବା ବେଳେ ତାର ବାପା ହେମନ୍ତ ମାଝି ଏକ ବର୍ଷ ପୁର୍ବରୁ ମୃତ୍ୟୁ ହୋଇଛି। ବିଧବା ମାଆର କୁଞ୍ଜ ଏକମାତ୍ର ପୁତ୍ର ସାହାରା ଥିଲା। ପୁଅର ମୃତ୍ୟୁରେ ବିଧବା ବେସାହାରା ହୋଇଥିବା ବେଳେ ଏହି ଘଟଣା ଉପରେ ଗ୍ରାମବାସୀ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ସହ ବିଧବା ମାଆକୁ ସରକାରୀ ସାହାଯ୍ୟ ପାଇଁ ଦାବୀ ଜଣାଇଛନ୍ତି ।

No Result
View All Result