No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ପାରଳାଖେମୁଣ୍ଡି ରଥଯାତ୍ରାରେ ମହାପ୍ରଭୁ ଆଜି ମତ୍ସ୍ୟ କଛପ ଅବତାରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପ୍ରଦାନ କରିଛନ୍ତି. ସୁସଜ୍ଜିତ ଭାବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମତ୍ସ ଅବତାରରେ ଶ୍ରୀବଳଭଦ୍ରଙ୍କୁ କତ୍ସପ ଅବତାରରେ ସାଜସଜ୍ଜା କରାଯାଇ ପୂଜାପାଠ କରାଯିବା ପରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି l
ପ୍ରଭୁଙ୍କ ଆଜିର ଏହି ପ୍ରଥମ ଅବତାର ଦର୍ଶନ ପାଇଁ ସମଗ୍ର ଗଜପତି ଜିଲ୍ଲା ଓ ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳରୁ ଏବଂ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି. ଆଜିର ଏହି ଭକ୍ତଙ୍କ ପ୍ରବଳ ସାମଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ଗଜପତି ପ୍ରଶାସନ ଓ ପୋଲିସ ପକ୍ଷରୁ ସମ୍ପୂର୍ଣ ସଜାଗ ରହିବା ସହ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି l

No Result
View All Result