ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ମାନ୍ୟବର ବିରୋଧୀ ଦଳର ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ଭିକାଲ୍ ଆର୍ଥ୍ରାଇଟିସ୍ ରୋଗର ଚିକିତ୍ସା ନିମନ୍ତେ ଗତ ୨୦ ତାରିଖରେ ମୁମ୍ବାଇ ଗସ୍ତ କରିଛନ୍ତି। ରବିବାର ମୁମ୍ୱାଇ ସ୍ଥିତ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲର ନବୀନ ବାବୁଙ୍କ ବ୍ୟକ୍ତିଗତ ଚିକିତ୍ସକ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅସ୍ତ୍ରୋପଚାର ହେବ। ଓଡିଶାର ସାଢେ଼ ଚାରି କୋଟି ଓଡ଼ିଆଙ୍କ ଜନପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ସଫଳ ଚିକିତ୍ସା ସହ ଆଶୁ ଆରୋଗ୍ୟ କାମନା ଓ ନିରାମୟ ଦୀର୍ଘାୟୁ ପାଇଁ ଶେରଗଡ଼ ବ୍ଲକ ପିତଳରେ ବିଜେଡ଼ି ପକ୍ଷରୁ ରବିବାର ମନ୍ଦିରରେ ପୂଜାର୍ଚ୍ଚନା ଓ ସମୁହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।















