No Result
View All Result
ଜେଜେମା ଙ୍କ ପାଖରେ କୁନି ଝିଆ । ମୋ ଦୁଃଖ ଶୁଣ ସରକାର୍ ।
ତୁରେକେଲା (ଓଡ଼ିଶା ତାଜା ନ୍ୟୁଜ୍) :- ମୁଁ ପାଠ ପଢ଼ିବାକୁ ଚାହୁଛି, ସରକାର୍ ମୋତେ ସାହାଯ୍ୟ କର। ମୋ ବାପା କରନା ରେ ମୃତୁ ବରଣ କଲେ ମୋ ମାଁ ମୋତେ ଛାଡ଼ି ପଳାଇଲା ମୁଁ ଏବେ କେମିତି ବଞ୍ଚିବି କିଏ ମୋତେ ଖାଇବାକୁ ଦେବ।। ଏଭଳି ବିଳାପ କରୁଛନ୍ତି ପାଞ୍ଚ ବର୍ଷର ଅନାଥ ଶିଶୁ କନ୍ୟା ଯାର ନା ତୁଲେଶ୍ୱରି ତାଣ୍ଡି ବୟସ ୫ବର୍ଷ। ସୂଚନାନୁସରେ କଣ୍ଟାବାଞ୍ଜି ସହର ର ୱାର୍ଡ ନମ୍ୱର୍ ୧୧ ରାମନଗର ପଡ଼ା ରେ ରୁହନ୍ତି ତୁଲେଶ୍ୱରି । ବାପା କାଲୁ ତାଣ୍ଡି କରୋନା ଯୋଦ୍ଧା ଭାବରେ କାମ କରି ୨୦୧୯/୨୦ରେ ମୃତୁ ବରଣ କରିଛନ୍ତି, ତାଙ୍କ୍ ମାଁ କେତକୀ ତାଣ୍ଡି ।
ସ୍ବାମୀଙ୍କ ଦେହାନ୍ତର ୩ବର୍ଷ ପରେ ସେ ଏଥି କୁନି ଝିଅ କୁ ଛାଡ଼ି ଅନ୍ୟତ୍ର ପଳାଇ ଯାଇଛି ଓ ସେ ତାର ବିବାହ ମଧ୍ୟ ହୋଇ ଯାଇଛି। ତେବେ ସେ ବିଧବା ଭତ୍ତା ପାଉଥିଲା କିନ୍ତୁ ଏବେ ସେ ସଧବା ହୋଇ ହରିଶଙ୍କର ପାଖରେ ଘର ସଂସାର କରି ରହୁଥିବା ବିଶେଷ ସୂତ୍ରରୁ ମିଳିଚି। ମାସକୁ ମାସ ବିଧବା ଭତା ପଇସା, ତଥା ଆଶୀର୍ବାଦ ଯୋଜନା ଟଙ୍କା ମଧ୍ୟ ସେନିଜେ ଖର୍ଚ୍ଚ କରି ଦେଉଥିବା ଅଭିଯୋଗ ହୋଇଅଛି । ଏହି କୁନି ଝିଅ କୁ ତାର ଜେଜେମା ପାଳି ପୋଷି ରଖୁଥିବା ଖବର ମିଳିଚି ।
କିନ୍ତୁ ଏହି କୁନି ଝିଅର ପାଠ ପଢା, ଭବିଶ୍ଵତ୍ କେମିତି ହେବ ଏକ ଆଲୋଚନା ର ବିଷୟ ଅଟେ । ତେବେ ପ୍ରଶାସନ ଏହି କୁନି ଛୁଆ କୁ ସରକାରୀ ଯୋଜନାରେ ସାମିଲ କରାଇବା ସହ ତାଙ୍କୁ ସରକାରି ଯୋଜନା ଟେ ସାମିଲ କରାଇ ପାଠ ପଢାଇବାକୁ ସାଧାରଣ ରେ ଦାବୀ ହେଉଛି । ସେପଟ କଣ୍ଟାବାଞ୍ଜି କାର୍ଯ ନିର୍ବାହୀ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା କୌଣସି ଉତ୍ତର ଦେଉନାହାଁନ୍ତି । ତେବେ ଶୀଘ୍ର ଅନାଥ ଶିଶୁ କନ୍ୟାକୁ ସରକାରୀ ଯୋଜନାରେ ସାମିଲ କରିବାକୁ ସାଧାରଣ ରେ ଦାବୀ ହେଇଛି ।

No Result
View All Result