No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ସଂଧ୍ୟାରେ ଭୁବନେଶ୍ୱର ରାମ ମନ୍ଦିର ପ୍ରାଙ୍ଗଣରେ ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସଂଯୋଜନାରେ ବରିଷ୍ଠ ନାଗରିକମାନଙ୍କ ଦ୍ୱାରା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରଦୀପ ପ୍ରଜ୍ୱଳନ ସହ ହନୁମାନ ଚାଳିଶା ପାଠ କରାଯାଇଥିଲା । ଶ୍ରୀ ପଟ୍ଟନାୟକ କିଭଳି ଶୀଘ୍ର ସୁସ୍ଥ ହୋଇ ଭୁବନେଶ୍ୱର ଫେରିବେ ସେଥିପାଇଁ ପ୍ରଭୁ ଶ୍ରୀରାମଙ୍କ ନିକଟରେ ସମୂହ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା,
ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନ ଛୁରିଆ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବିଧାୟକ ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ପ୍ରବଣ ବଳବନ୍ତରାୟ, ସାଧାରଣ ସମ୍ପାଦକ ବିଜୟ ନାୟକ, ମନ୍ମଥ ରାଉତରାୟ, ନାରୀ ନେତ୍ରୀ ସୁମିତ୍ରା ଜେନା, କସ୍ତୁରୀ ମହାପାତ୍ର, ପ୍ରୀତିନନ୍ଦା ରାଉତରାୟଙ୍କ ସହିତ ବହୁ କର୍ପୋରେଟର, ଯୁବଛାତ୍ର, ବିଭିନ୍ନ ନାଗରିକ ସଂଗଠନର କାର୍ଯ୍ୟକର୍ତ୍ତା ଓ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

No Result
View All Result