
ଓଡିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶୁକ୍ରବାର) ରଣପୁର :- କିଛି ଦିନ ପୋଲିସ ସହ ଲୁଚକାଳି ଖେଳିଲା ପରେ ଏବେ ପୋଲିସ ହାତରେ ଧରା ପଡିଲା ବାପି ସ୍ବାଇଁ । କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଛୁରୀ ରେ ଆକ୍ରମଣ ଆକ୍ରମଣ ଓ ” ଅର୍ଜୁନ ମହୋତ୍ସବ ” ସମୟରେ କାର୍ଯ୍ୟରତ ମହିଳା ଏସ୍.ଆଇ ଙ୍କୁ ଅସଦାଚରଣ କରି ଫେରାର ଥିବା ଅସାମାଜିକ ବ୍ୟକ୍ତି ଆକାଶ ସ୍ବାଇଁ ( ବାପି ସ୍ବାଇଁ ) କୁ ନୟାଗଡ଼ ସଦର ଥାନା ଅଞ୍ଚଳ ରୁ ଗିରଫ କରାଯାଇଥିଲା । ଉକ୍ତ ଯୁବକ ଜଣଙ୍କ ରଣପୁର ଅଞ୍ଚଳ ର ବହୁ ଅପରାଧିକ କେସ୍ ରେ ସଂପୃକ୍ତି ଥିଲା । ରଣପୁର ଥାନା ରେ ବାପି ନାଁ ରେ କିଛି ଦିନ ତଳେ ୧୧୭/୨୦୨୦ରେ ଏକ ମାମଲା ରୁଜ୍ଜୁ ହୋଇଥିଲା ।
ସେ କେସ ରେଷ୍ଟି ହେବା ପରେ କିଛି ଲୋକ ବାପି ସ୍ୱାଇଁ ଙ୍କୁ ସୁରକ୍ଷା ଦେବା ପାଇଁ ଆଇ ଆଇସି ଙ୍କ ଉପରେ ପ୍ରସଶନିକ ଚାପ ପକାଇଥିଲେ ଓ ରାଜନୈତିକ ଲୋକମାନେ ଅପରାଧ କୁ ପ୍ରଶୟ ଦେବା ପାଇଁ ଆଇ ଆଇସି ରଶ୍ମି ରଞ୍ଜନ ଙ୍କ ବଦଳି କରିବା ପାଇଁ ବହୁ ପ୍ରୟାସ କରିଥିଲେ । ଓ ବିଭିନ୍ନ ସମୟରେ ବାହାର ଜିଲ୍ଲାର କ୍ରିମିନାଲ ଙ୍କ ସହ ମିଶି ବ୍ରାଉନ ସୁଗାର ର ଚେର ଲମ୍ବାଇବା ସହିତ ସ୍କୁଲ,କଲେଜ ଝିଅ ମାନଙ୍କୁ ଅଶ୍ଳୀଳ ଆଚରଣ କରୁଥିଲା ବାପି ସ୍ବାଇଁ । ଆଇ ଆଇସି ଙ୍କୁ ପଚାରିବାରୁ ଜଣାପଡିଲା ଯେ ତାଙ୍କ ନାମ ରେ ହାର୍ଭିଚୁଆଲ ଅଭ୍ୟାସ ଗତ ଅପରାଧି ଓ ୧୧୦ ସି ଆର ପିସି ଦିଆଯାଇଛି । ଆଇ ଆଇସି ଏହି ଖଳ ପ୍ରକୃତି ଲୋକଙ୍କ ଙ୍କୁ ଡରି ନଯାଇ ଅପରାଧୀ କୁ ଗିରଫ କରି ଜେଲ ପଠାଇବାରେ ସଫଳ ହୋଇଛନ୍ତି । ଏତଦ ବ୍ୟତୀତ ବାପି ସ୍ୱାଇଁ କୁ ଗିରଫ କଲା ପରେ ମୁକାବିଲା ପାଇଁ ଡାକାଇବାରୁ ଆଇ ଆଇସି ଙ୍କ ଉପସ୍ଥିତି ରେ ମଧ୍ୟ ଜୀବନ ରୁ ମାରିଦେବା ପାଈଁ ଧମକ ଦେଇଥିଲା ।
ନୟାଗଡ଼ ସଦର ଥାନା ଅନ୍ତର୍ଗତ କାଳିକା ପ୍ରସାଦ ମାନପୁର ଅଞ୍ଚଳରେ ଏହି ଯୁବକ ଜଣକ ଲୁଚି ରହିଥିବା ବେଳେ ରଣପୁର ଥାନା ର ଏସ୍. ଆଇ ବିଦିତା ନାୟକଙ୍କ ନେତୃତ୍ୱ ରେ ଏକ ଟିମ ମାନପୁର ଯାଇ ଚଢଉ କରିଥିଲେ । ଚଢଉ କଲା ବେଳେ ସେ ଏକ ଚାହା ଦୋକାନ ରେ ଲୁକାୟିତ ଭାବେ ରହିଥିଲା ତାକୁ ଅଚାନକ ଚଢ଼ାଉ କରି ପୋଲିସ ନିଜ କବଜା କୁ ନେଇଥିଲେ । ଉକ୍ତ ଯୁବକ ଜଣଙ୍କୁ ରଣପୁର ଥାନା କୁ ଆଣିଥିଲେ ପରେ ଅପରାଧୀ କୁ କୋର୍ଟ ଚାଲାଣ କରି ଜେଲ ପଠାଯାଇଛି ।














