• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପଥରରେ ଛେଚି ଯୁବକକୁ ହତ୍ୟା ଘଟଣା : ୨ ଗିରଫ, ବାଇକ ଓ ସାଇକେଲ ଜବତ

Proprietor Abhimanyu Maharana by Proprietor Abhimanyu Maharana
June 16, 2025
in ଓଡ଼ିଶା, କନ୍ଧମାଳ, ହୋମ୍
0
ପଥରରେ ଛେଚି ଯୁବକକୁ ହତ୍ୟା ଘଟଣା : ୨ ଗିରଫ, ବାଇକ ଓ ସାଇକେଲ ଜବତ
Share on FacebookShare on TwitterWhatsapp

କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡ଼ା ପଞ୍ଚାୟତର ବଇରୀକୁମ୍ପା ନିକଟରେ ରାସ୍ତା କଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣଙ୍କ ମୃତଦେହ ଫିରିଙ୍ଗିଆ ପୋଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି l ଏଥି ସହିତ ହତ୍ୟାରେ ବ୍ୟବହୃତ ପଥର, ବାଇକ, ମୃତ ଯୁବକର ମୋବାଇଲ ଓ ସାଇକେଲକୁ ମଧ୍ୟ ଜବତ କରିଛି ଫିରିଙ୍ଗିଆ ପୋଲିସ l ପ୍ରକାଶ ଯେ, ବୁଧବାର ଜାର୍ଗୀ ପଡ଼ା ଗାଁର ପ୍ରଭାତ ମଲିକ ସକାଳ ୯ ଟାରେ ଘରୁ ନିଜ ସାଇକେଲ ଧରି ବାହାରକୁ ଯାଇ ଫେରିନଥିଲେ। ଗୁରୁବାର ସକାଳୁ ବଇରୀକୁମ୍ପା ନିକଟରେ ରାସ୍ତା କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ପଡ଼ିଥିବା ଲୋକମାନେ ଦେଖିଥିଲେ। ଫିରିଙ୍ଗିଆ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ।

ମୃତ ଯୁବକଙ୍କ ମା’ ସସ୍ମିତା ମଲିକ ଫିରିଙ୍ଗିଆ ଥାନାରେ ପୁଅକୁ ହତ୍ୟା କରାଯାଇଥିବା ନେଇ ଲିଖିତ ଭାବରେ ଜଣାଇଥିଲେ। ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ, ଅତିରିକ୍ତ ଥାନା ଅଧିକାରୀ ଦୀପକ ରାଉତ, ଏ ଏସ ଆଇ ଶ୍ରୀକାନ୍ତ ପାତ୍ର ଏବଂ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିଥିଲେ l ଘଟଣା ସ୍ଥଳରୁ ଫିରିଙ୍ଗିଆ ପୋଲିସ ମୃତ ଯୁବକଙ୍କ ମୋବାଇଲ ସହ ହତ୍ୟାରେ ବ୍ୟବହୃତ ପଥର ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ତେବେ ପୂର୍ଵ ଦିନ ମୃତ ଯୁବକର ନିଜ ଦାଦା ପୁଅ ଭାଇ ଅମର ମଲିକ (ଟେରା) ୨୫ ବର୍ଷ ଓ ଜାର୍ଗୀପଡ଼ା ଗାଁର ଗଦାଧର ମଲିକ ୩ ଜଣ ମିଶି ବୁଲାବୁଲି କରିବା ସହ ବିଭିନ୍ନ ଜାଗାରେ ମଦ ପିଇଥିଲେ। ଏହା ପରେ ପ୍ରଭାତକୁ ଭୃଙ୍ଗିଯୋଡି ଛକରେ ଛାଡିଥିଲେ। ପରେ ଅମର ଏବଂ ଗଦା ୨ ଜଣ ବାଇକରେ ନାଥ ପଦର ଯାଇ ଜଣକ ଘରେ ପୁଣି ପ୍ରବଳ ମଦ୍ୟ ପାନ କରିଥିଲେ। ପରେ ଉଭୟେ ପ୍ରଭାତକୁ ସେଠାକୁ ଡାକିଥିଲେ ।

ପ୍ରଭାତ ନିଜ ସାଇକେଲ ଧରି ନାଥ ପଦର ଗାଁକୁ ଯାଇଥିଲା । ସେଠାରେ ୩ ଜଣକ ମଧ୍ୟରେ କିଛି ସମୟ ଯୁକ୍ତି ତର୍କ ହୋଇଥିଲା । ପ୍ରଭାତ ସାଇକେଲ ଜଣକ ଘରେ ରଖି ଗଦା ଓ ଅମର ପ୍ରଭାତକୁ ନିଜ ବାଇକରେ ବଇରୀକୁମ୍ପା ଆଡକୁ ନେଇଁଥିଲେ l ବଇରୀକୁମ୍ପା ସ୍କୁଲ ନିକଟ ରାସ୍ତା କଡରେ ଗଦା ଓ ଅମର ଗାଡି ରଖିଥିଲେ । ସେଠାରେ ପ୍ରଭାତକୁ ତଳକୁ ପକାଇ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରି ୨ ଜଣ ଘଟଣା ସ୍ଥଳରୁ ଫେରାର ହୋଇଥିଲେ l ପୋଲିସ ତଦନ୍ତ ପରେ ୨ ହତ୍ୟା କାରୀକୁ ଗିରଫ କରିଥିଲା । ହତ୍ୟାରେ ବ୍ୟବହୃତ ବାଇକକୁ ଗଦା ଘରୁ ଜବତ କରିଥିବା ବେଳେ ମୃତ ଯୁବକର ସାଇକେଲ ନାଥ ପଦର ଗାଁର କସା କହଁର ଘରୁ ଜବତ କରିଥିଲା l ଏହି ଘଟଣା ପରେ ଗଦା ଓ ଅମର କିଭଳି ପ୍ରଭାତକୁ ହତ୍ୟା କଲେ ଘଟଣା ସ୍ଥଳକୁ ଯାଇ କହିଥିଲେ l ଏହି ଘଟଣା ପରେ ଫିରିଙ୍ଗିଆ ପୋଲିସ ଉଭୟକୁ କୋର୍ଟ ଚାଲାଣ କରିଛି l

ତେବେ ମୃତ ଯୁବକ ପ୍ରଭାତର ନିଜ ଦାଦା ପୁଅ ଭାଇ ହେଲା ଅମର । ସେହିପରି ଗଦାକୁ ମଧ୍ୟ ମୃତ ପ୍ରଭାତ ନିଜ ଗାଡ଼ିରେ ହେଲ୍ପର ରଖି ଗାଡି ଶିଖାଇ ବର୍ତ୍ତମାନ ଗଦା ମଧ୍ୟ ଡ୍ରାଇଭର ହୋଇ ଗାଡି ଚଳାଉଥିଲା l ପୂର୍ବରୁ ଅମର ନିଜ ଦାଦା ପୁଅ ଭାଇକୁ ଜଙ୍ଗଲ ରେ ହତ୍ୟା କରୀ ଜେଲ ମଧ୍ୟ ଯାଇ ଫେରିଥିବା ବେଳେ ପୁଣି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ବେଳେ ଗଦା ନାଁରେ ମଧ୍ୟ ହତ୍ୟା ଓ ଅପହରଣ ମାମଲା ବିଭିନ୍ନ ଥାନାରେ ଥିବା ପୋଲିସ ଠାରୁ ସୂଚନା ମିଳିଛି l ତେବେ ଏହି ହତ୍ୟା ଘଟଣା ପୂର୍ବ ଶତ୍ରୁତା ଓ ପାରିବାରିକ କଳହ ରୁ ହୋଇଥିବା ଜଣା ପଡ଼ିଥିବା ବେଳେ କିଛି ଦିନ ପୂର୍ବରୁ ଗୋଟିଏ ବାଇକ ଭାଙ୍ଗିବା ଘଟଣାକୁ ନେଇଁ ହତ୍ୟା କରାଯାଇଥିବା ସୂଚନା ମିଳିଛି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Taneira celebrates Savitri Vrata with the Inaya collection and exclusive festive offers

ସାବିତ୍ର ଉପଲକ୍ଷେ ତନେଇରା ପକ୍ଷରୁ ‘ଇନାୟା’ କଲେକ୍ସନ : ଆକର୍ଷଣୀୟ ଅଫର ପାଇବେ ଗ୍ରାହକ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

Taneira celebrates Savitri Vrata with the Inaya collection and exclusive festive offers

May 7, 2026
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Taneira celebrates Savitri Vrata with the Inaya collection and exclusive festive offers

ସାବିତ୍ର ଉପଲକ୍ଷେ ତନେଇରା ପକ୍ଷରୁ ‘ଇନାୟା’ କଲେକ୍ସନ : ଆକର୍ଷଣୀୟ ଅଫର ପାଇବେ ଗ୍ରାହକ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

Taneira celebrates Savitri Vrata with the Inaya collection and exclusive festive offers

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version