No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ଫୁଲନଖରା ନିକଟସ୍ଥ ମୁଗଭଙ୍ଗା ଗ୍ରାମର ମା, ଖରାଖାଇ ଯୁବକ ସଂଘ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ରଜ ମହୋତ୍ସବ ପାଳନ ଏବଂ ନୃତ୍ୟ ପ୍ରତିଯୋଗୀତା ଶୁକ୍ରବାର ସନ୍ଧ୍ୟାରେ ମା, ଖରାଖାଇଙ୍କ ପାଲା ମଣ୍ଡପରେ ହେମନ୍ତ କୁମାର ଦଳାଇ ( ସୁକା )ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।
ଆୟୋଜିତ ଉତ୍ସବରେ କାନନ ବିହାରୀ ନାୟକ, ନରେଶ କୁମାର ମହାନ୍ତି, ବିଭୁତି ତରାଇ, ବିଚିତ୍ରାନନ୍ଦ ଦଳାଇ, ଡନ ବାରିକ, ସଚିଦାନନ୍ଦ ଦଳାଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ଗଣପର୍ବ ରଜ ଏବଂ ନୃତ୍ୟ ପ୍ରତିଯୋଗୀତା ସଂପର୍କରେ ଉଦବୋଧନ ଦେଇଥିଲେ ।
ଆୟୋଜିତ ନୃତ୍ୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ପିଲାମାନେ ସେମାନଙ୍କର ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ଅତିଥି ମାନେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ,। ଦ୍ୱିତୀୟ , ତୃତୀୟ ହୋଇଥିଲା ପିଲାମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ମୁକେଶ ସ୍ଵାଇଁ, ଏବଂ ଗ୍ରାମର ଯୁବକ ମାନେ ଏହି କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ ।

No Result
View All Result