ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ୧୨୭ ବାଟାଲିୟନ ସିଆରପିଏଫ ତରଫରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ନେଇ ଅନ୍ତର୍ଜାତୀୟ ଯୋଗ ଦିବସ ବୁଧବାର ସ୍ଥାନୀୟ ମିନି ଷ୍ଟାଡିଅମ ପରିସରରେ ପାଳନ ହୋଇଯାଇଛି। ଯୋଗ ଅଭ୍ୟାସ ଏବଂ ଏହାର ଲାଭ ପାଇଁ ସମର୍ପିତ ଏକ ବିଶ୍ୱବ୍ୟାପୀ କାର୍ଯ୍ୟକ୍ରମ ।

ଏହି କାର୍ଯ୍ୟକ୍ରମରେ ୧୨୭ ବାଟାଲିଆନ୍ ର ଦ୍ୱିତୀୟ କମାଣ୍ଡାଣ୍ଟ ପଙ୍କଜ ବର୍ମା, ବିପିନ କୁମାର (ଡିସି)ଙ୍କ ସହିତ ୧୨୭ ବାଟାଲିଆନ୍ ସିଆରପିଏଫ୍ ର ମାନସ ସୁନ୍ଦରାୟ, ତରୁଣ କୁମାର ରାଉତ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଏବଂ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ। ସିଆରପିଏଫ୍ କମାଣ୍ଡାଣ୍ଟ ପଙ୍କଜ ବର୍ମା ନିଜ ବକ୍ତବ୍ୟରେ ସମସ୍ତ ବୟସ ଏବଂ ପୃଷ୍ଠଭୂମିର ଲୋକଙ୍କୁ ଯୋଗକୁ ନିଜ ଜୀବନରେ ସାମିଲ କରିବାକୁ ଉତ୍ସାହିତ କରେ,















