No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- “ଆମ ମାମୁ ଭଣଜା” ତରଫରୁ କଟକ ବିଡାନାସୀ ଠାରେ ମାମୁ ଶ୍ରୀଯୁକ୍ତ ନିବାସ ଚନ୍ଦ୍ର ମିଶ୍ରଙ୍କର ୬୯ ତମ ଜନ୍ମ ଦିବସ ମହାସମାରୋହରେ ପାଳନ କରାଯାଇ ଅଛି। ଉକ୍ତ ଜନ୍ମୋତ୍ସବ କୁ ଭଣଜା ମୁରଲୀଧର ଶତପଥି (ବିକି) ସଭାପତିତ୍ବ କରି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରରୂପେ ପରିଚାଳନା କରିଥିଲେ। ଏକାଧିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶ୍ରୀଯୁକ୍ତ ମିଶ୍ରଙ୍କୁ ଫୁଲତୋଡା ଉତ୍ତରୀୟ ଓ ବିଭିନ୍ନ ଉପହାର ପ୍ରଦାନ କରି ଶୁଭ କାମନା ପ୍ରଦାନ କରିଥିଲେ।ଉକ୍ତ ଉତ୍ସବରେ ଭଣଜା ସଂଯୋଜ କୁମାର ସାମନ୍ତ ରାୟ ମାମୁଙ୍କ ମସ୍ତକରେ ଶିରପା ପ୍ରଦାନ କରି ଆଶୀର୍ବାଦ ଗ୍ରହଣ କରିଥିଲେ ।
ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ପଣ୍ଡିତ ଅରୂପ ଲାଲ ଘୋଷ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ଯକ୍ରମକୁ ଉଦଘାଟକ କରିଥିଲାବେଳେ ଏଥିରେ ମୁଖ୍ଯ ଅତିଥି ଭାବେ ବିଶିଷ୍ଟ ବାଗ୍ମୀ କବି ସାହିତ୍ୟିକ ଶ୍ରୀଯୁକ୍ତ ରାଜୀବ ଷଡଙ୍ଗୀ, ସମ୍ମାନୀତ ଅତିଥି ଭାବେ , କବି ସାହିତ୍ୟିକ ଓ ଅନୁବାଦକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ବିଶ୍ଵାଳ, ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମହାନ୍ତି ,ଆଧ୍ୟାତ୍ମିକ ବକ୍ତା ଶ୍ରୀଯୁକ୍ତ ଆଶିଷ କୁମାର ପତି,କବି ପଣ୍ଡିତ ଦୁଲାଲ କୃଷ୍ଣ ପତି , ଡାକ୍ତର ଦୀପକ ରାଜ୍,ଓ ଶ୍ରୀଯୁକ୍ତ ବିକ୍ରମ ଲେଙ୍କା ପ୍ରମୁଖ ଯୋଗ ଦେଇ ମାମୁଙ୍କ ଶରଳ ଆମାୟିକ ବ୍ୟକ୍ତିତ୍ବକୁ ବିସ୍ତୃତ ଭାବେ ଆଲୋଚନା କରି ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ ।
ଏହି ଅବସରରେ କବି ଅଦ୍ବୈତ ଚରଣ ପ୍ରଧାନ , କବି କିଶୋର କୁମାର ପଣ୍ଡା,କବି ଅଦ୍ବୈତ ଚରଣ ନାୟକ ଓ ମୁରଲୀଧର ଶତପଥି ପ୍ରମୁଖ ସମେତ ବହୁ କବି ମାମୁଙ୍କ ଉପରେ କବିତା ଆବୃତ୍ତି କରି ଜନ୍ମ ଦିନର ଶୁଭ ଅଭିନନ୍ଦନ ଜଣାଇ ଥିଲେ। ଏହି ଉତ୍ସବରେ ସାରସ୍ବତ ସାଧକ ଶ୍ରୀଯୁକ୍ତ ବୀରେନ୍ଦ୍ର ସିଂହ ସାମନ୍ତ,ଯୁବ ପ୍ରତିଭା ବାପୁନୀ ପ୍ରଧାନ,ଶ୍ରୀଯୁକ୍ତ ସ୍ବପ୍ନୋଜ ସାମନ୍ତ ରାୟ,ଇସ୍ମାଇଲ,କଣ୍ଠଶିଳ୍ପୀ ଭିକାରୀ ଚରଣ ପ୍ରଧାନ,କୃଷ୍ଣଚନ୍ଦ୍ର ବଳ,ରମେଶ ଚନ୍ଦ୍ର ସାହୁ,ମନୋଜ କୁମାର ସାହୁ, ଗୁରୁଦତ୍ତ ମହାନ୍ତି, ଓ ବିକ୍ରମ ଜେନା ପ୍ରମୁଖ ଅଂଶ ଗ୍ରହଣ କରି ଜନ୍ମଦିନର ଶୁଭ କାମନା ପ୍ରଦାନ କରିଥିଲେ। ସର୍ବ ଶେଷରେ ଶ୍ରୀଯୁକ୍ତ ମୁରଲୀଧର ଶତପଥି ମାମୁଙ୍କ ଦୀର୍ଘ ଜୀବନ କାମନା ପାଇଁ ଜଗତର ନାଥ ଜଗନ୍ନାଥଙ୍କ ପାଦପଦ୍ମରେ ନିଜ ରଚିତ ଜଗନ୍ନାଥ ଭଜନ ପରିବେଷଣ କରି ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ ।

No Result
View All Result