No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ମହାନଗର ନିଗମ ମେୟର ସୁବାସ ସିଂ ଆଜି ଅପରାହ୍ନରେ ସିଏମସି ୫୮ ନମ୍ବର ୱାର୍ଡ ପରିଭ୍ରମଣ ଅଭିଯାନରେ ଆସି ପ୍ରତାପନଗରୀ ସ୍ଥିତ ଧାକୁଲେଇ ପୀଠରେ ପହଞ୍ଚିଥିଲେ । ମେୟର ପହଞ୍ଚିବା ମାତ୍ରେ ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ଏବଂ ବରିଷ୍ଠ ନାଗରିକ ମାନେ ତାଙ୍କୁ ସ୍ଵାଗତ କରି ପାଛୋଟି ଆଣିଥିଲେ । ପ୍ରତାପନଗରୀ ଧାକୁଲେଇ ପୀଠରେ ଆୟୋଜିତ ବରିଷ୍ଠ ନାଗରିକଙ୍କ ଉଦ୍ଦେଶ୍ୟ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ।

ପ୍ରତାପନଗରୀ ଗ୍ରାମ କମିଟିର ସଂପାଦକ ପ୍ରମୋଦ କୁମାର ବେହେରା ଆୟୋଜିତ କାର୍ଯ୍ୟକ୍ରମରେ ସଭା ପରିଚାଳନା କରିଥିଲେ । ଏଥିରେ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ପୂର୍ବତନ କର୍ପୋରେଟର କୈ।ଶିକ ଜେନା, ପୂର୍ବତନ କର୍ପୋରେଟର ପ୍ରମୋଦ ମହାପାତ୍ର, ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କହିଲେ ଯେ, ଗୋପାଳପୁର ଠାରୁ ଫୁଲନଖରା ପର୍ଯ୍ୟନ୍ତ ୪ ଗୋଟି ୱ।ର୍ଡରେ ମୁଖ୍ୟ ସମସ୍ୟା ବର୍ଷା ଦିନେ ଜଳ ନିଷ୍କାସନର ସୁବିଧା ନଥିବାରୁ ଜନସାଧାରଣ ଜଳ ଵନ୍ଦିରେ ରହୁଛନ୍ତି ।

ଏଣୁ ଡ୍ରେନ ନିର୍ମାଣ କରାଯାଉ , ସେହିପରି ଗରିବ ଲୋକମାନଙ୍କୁ ନୂତନ ରାସନ୍ କାର୍ଡ ପ୍ରଦାନ କରାଯାଉ, ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଘରଡିହ ସହିତ ପଟ୍ଟା ଯୋଗାଇଦେବା, ବରିଷ୍ଠ ନାଗରିକଙ୍କ ପାଇଁ ୱ। ର୍ଡରେ କମ୍ୟୁନିଟ ହଲ ନିର୍ମାଣ ସହିତ ପାର୍କକରାଯିବା, ଦୀର୍ଘ ଦିନ ଧରି କଂଚା ରାସ୍ତା ରେ ଯାଉଥିବା ଲୋକମାନଙ୍କ ସୁବିଧା ପାଇଁ କଂକ୍ରିଟ ରାସ୍ତା ନିର୍ମାଣ କରା ଯିବା, ନୂତନ ଭତ୍ତା କାର୍ଡ କରାଯିବା ଆଦି ବିଭିନ୍ନ ସମସ୍ୟା ସଂପର୍କରେ ମେୟର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏସୀୟ ସବୁ ସମସ୍ୟାର ସମାଧାନ ପାଇଁ ମେୟର ଙ୍କ ସହିତ ବିଭାଗୀୟ ଅଧିକାରୀମାନେ ବୀଭିନ୍ନ ଗ୍ରାମ ଏବଂ ସାହି ବୁଲି ଦେଖିବା କାର୍ଯ୍ୟକ୍ରମ ମଙ୍ଗଳବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରହୀଛି। ମେୟର ସୁବାସ ସିଂ ଏଦିଗରେ ଦୃଷ୍ଟି ଦେଇ କାର୍ଯ୍ୟ କରିବେ ବୋଲି କହିଥିଲେ । ଏହା ସହିତ ମେୟର ନୂଆଗଡ ଜଗନ୍ନାଥ ମନ୍ଦିର ଦର୍ଶନ କରି ସାରିବା ପରେ , ଏସ ଏଚ ଜି ମହିଳା ଗୋଷ୍ଠୀ, ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।

No Result
View All Result