No Result
View All Result
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ମଧ୍ୟ ଭାଗରେ ଥିବା ପୁରାତନ ସରକାରୀ ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟର ପରିସରରେ ଥିବା ଏକ ବିପଦସଙ୍କୁଳ ଗୃହ ଛାତ ଭୁଶୁଡି ପଡ଼ିଛି । ବିଦ୍ୟାଳୟ ବନ୍ଦ ରହିଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି । ଉକ୍ତ ପୁରାତନ ବିଦ୍ୟାଳୟ ପାଟଖଣ୍ଡା ମନ୍ଦିରକୁ ଲାଗି ରହିଛି । ୧୯୬୨ ମସିହାରୁ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟ ଟି ଅଦ୍ୟାବଧି ସୁଦ୍ଧା ଆଜବେଷ୍ଟସ ଛାଉଣି ଶ୍ରେଣୀ ଗୃହରେ ହିଁ ଶିକ୍ଷାଦାନ କରାଯାଉଛି।
ଦୀର୍ଘ ଦିନ ଧରି ଉକ୍ତ ବିଦ୍ୟାଳୟ ଗୃହ ବିପଦସଂକୁଳ ଅବସ୍ଥାରେ ଥିବା ବେଳେ ଏ ସମ୍ପର୍କରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନେ ବିଭାଗୀୟ ଉଚ୍ଚ ପଦାଧିକାରୀ ଙ୍କୁ ଲିଖିତ ଆକାରରେ ବାରମ୍ବାର ଜଣାଇଥିଲେ ମଧ୍ୟ କାହିଁକି ଦୃଷ୍ଟି ଦେଉନଥିଲେ, ତାହା ଏବେ ଅଭିଭାବକ ମହଲରେ ପ୍ରଶ୍ନ ସୃଷ୍ଟି କରିଛି l ବର୍ତ୍ତମାନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱ ରେ ଥିବା ରମେଶ ଚନ୍ଦ୍ର ଓଝାଙ୍କୁ ପଚାରିବାରୁ ସେ କହିଛନ୍ତି ଆମ ବିଦ୍ୟାଳୟ ପରିସରରେ ଥିବା ଗୋଟିଏ ଛାତ ଘରକୁ ଛାଡିଲେ ସମସ୍ତ ଗୃହ ଅତି ପୁରୁଣା ଓ ଭଙ୍ଗାରୁଜା ହୋଇ ପଡିରହିଛି।
ଅଧିକ ଶ୍ରେଣୀ ଗୃହ ନଥିବାରୁ ବାଧ୍ୟ ହୋଇ ଆଜବେଷ୍ଟସ ଘରେ ଓ ଏକ ଛାତ ଘର ରହିଛି ତାରି ଭିତରେ ପିଲାଙ୍କୁ ପାଠ ପଢାଉଛୁ। । ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ଥିବା ଘରଟି ଭାଙ୍ଗି ଯାଇଛି । ପୁରୁଣା ଓ ବିପଦ ସଙ୍କୁଳ ଘର ମରାମତି କିମ୍ବା ନୂତନ ଗୃହ ନିର୍ମାଣ ସମ୍ପର୍କରେ ଆମେ ବାରମ୍ବାର ଆମ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏଥୂପ୍ରତି କେହି ଦୃଷ୍ଟି ଦେଇନାହାନ୍ତି ବୋଲି ମଧ୍ୟ କହିଛନ୍ତି। ତେଣୁ ବିଦ୍ୟାଳୟର ସମସ୍ତ ଗୃହ ନୂତନ ଭାବେ ନିର୍ମାଣ କରିବାକୁ ଅଭିଭାବକ ମହଲରେ ପ୍ରବଳ ଦାବି ହୋଇଛି ।

No Result
View All Result