ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ଲଘୁଚାପ ଜନିତ ଲଗାଣ ବର୍ଷା ମଙ୍ଗଳବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ଏପରିକି ଏହା ପ୍ରାକ ମୌସୁମୀ ବର୍ଷା ବୋଲି ମଧ୍ୟ କୁହାଯାଉଛି । ଅଞ୍ଚଳରେ ଗତ କିଛି ଦିନ ହେଲା ଗରମ ସାଙ୍ଗକୁ ଗୁଳୁଗୁଳି ରହିଥିବା ବେଳେ ଏହି ବର୍ଷା ଯୋଗୁ ଲୋକଙ୍କୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।
ବର୍ଷା ଯୋଗୁ ଅଭାବୀ ଜଳ ପୂରଣ ହୋଇପାରିଥିବା ବେଳେ ଉଦ୍ୟାନୀ ଚାଷୀଙ୍କୁ ଏହି ବର୍ଷା ଫାଇଦା ଯୋଗାଇ ପାରିବ । ବର୍ଷା ଅଭାବରୁ ପନିପରିବା ଅଞ୍ଚଳରେ ଅଭାବ ଦେଖା ଯାଇଥିବା ବେଳେ ଗଞ୍ଜାମ ଜିଲା ଉପରେ ନିର୍ଭର କରିବାକୁ ପଡୁଛି । ସେହିପରି ପାରମ୍ପରିକ ହଳଦୀ, ଅଦା, କାନ୍ଦୁଲ ଚାଷ ପାଇଁ ବର୍ଷା ଫାଇଦା ହେବ ବୋଲି ପ୍ରମୁଖ ଚାଷୀ ମାନେ ପ୍ରକାଶ କରିଛନ୍ତି ।














