ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତୀୟ ସଂସ୍କୃତିରେ ସାବିତ୍ରୀ ବ୍ରତର ଯତେଷ୍ଟ ମହାତ୍ମା ରହିଛି । ଭାରତୀୟ ନାରୀମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା ସହିତ ପରିବାରର ସୁଖ ସମୃଦ୍ଧି କାମନା କରି ଏହି ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ । ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ, କାଳ ଦେବତା (ଯମ ଦେବତା)ଙ୍କ ଠାରୁ ସାବିତ୍ରୀ ନିଜେ ଏହି ବ୍ରତ ରଖି ନିଜ ସ୍ବାମୀଙ୍କ ଜୀବନ ଫେରାଇ ଆଣିବା ସହିତ ପରିବାରର ସୁଖ ସମୃଦ୍ଧି ଫେରାଇ ଆଣିଥିବାରୁ ସାବିତ୍ରୀଙ୍କ ନାମ ଅନୁସାରେ ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟାକୁ ସାବିତ୍ରୀ ଅମାବାସ୍ୟା ଭାବରେ ନାମକରଣ କରାଯାଇଛି ।

ସଧବା ନାରୀମାନେ ଅଖଣ୍ତ ସୌଭାଗ୍ୟ ଓ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଉପବାସ ରହି ଏହି ଵ୍ରତ ପାଳନ କରିଥାନ୍ତି । ଏହି ପୂଜାରେ ଦେବୀ ସାବିତ୍ରୀ ଙ୍କୁ ୯ ପ୍ରକାରର ଫଳ ୯ ପ୍ରକାର ଫୁଲ ଏହି ପୂଜାରେ ଲାଗିଥାଏ । ଓଡ଼ିଆ ଘରର ପରମ୍ପରା ଅନୁସାରେ ଵ୍ରତ ପାଇଁ ସମସ୍ତ ପୂଜା ଜିନିଷ ମହିଳାଙ୍କ ବାପଘରୁ ଆସିଥାଏ । ଯାହା ସାବିତ୍ରୀ ଭାର ନାମରେ ଜଣାଶୁଣା ।















