No Result
View All Result
ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ବିଶ୍ୱ ଦାନଶୀଳତା କଲ୍ୟାଣ ପ୍ରତିଷ୍ଠାନ ଦ୍ଵାରା ଆମେରିକୀୟ ମେରିଟ ପରିଷଦ ପକ୍ଷରୁ ରାୟଗଡା ଜିଲ୍ଲା ରାମନାଗୁଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମୃତ୍ୟୁଞ୍ଜୟ ଶତପଥୀ, ରାମନାଗୁଡା ଅଞ୍ଚଳ ର ସୁନାମଧନ୍ୟ ଦକ୍ଷ ସମାଜସେବୀ ଗଗନ ବିହାରୀ ଆଚାର୍ଯ୍ୟ ଙ୍କୁ ମର୍ଯ୍ୟାଦା ସୂଚକ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ,ମୁଖ୍ୟବକ୍ତା ଙ୍କ ଉପସ୍ଥିତି ରେ ଏହି ଉଭୟ ମହାନ ବ୍ୟକ୍ତିତ୍ୱ ପ୍ରମାଣ ପତ୍ର ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ ବରିଷ୍ଠ ଶିକ୍ଷକ ଶ୍ରୀ ଶତପଥୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପୁରାତନ ଛାତ୍ର।

ଶିକ୍ଷକତା କରିବା ପରେ ବିଦ୍ୟାଳୟ ର ଉନ୍ନତି ମୂଳକ କାର୍ଯ୍ୟ କରି ନିଜର ସହକର୍ମୀ, ଛାତ୍ର ଛାତ୍ରୀ ଓ ସମାଜରେ ଜନସାଧାରଣ ଙ୍କ ନିକଟରେ ପ୍ରିୟଭାଜନ ହୋଇ ପାରିଛନ୍ତି। ଜଣେ ସଫଳ ବ୍ୟକ୍ତିତ୍ୱ ଓ ବହୁ ଗୁଣ ପ୍ରତିଭାର ଅଧିକାରୀ ତାଙ୍କର ପ୍ରଚେଷ୍ଟାରେ ଶହ ଶହ ଆଦିବାସୀ ଓ ହରିଜନ ଛାତ୍ର ଛାତ୍ରୀ ଉପକୃତ ହୋଇପାରିଛନ୍ତି।ସେହିପରି ଶ୍ରୀ ଗଗନ ଆଚାର୍ଯ୍ୟ ରାମନାଗୁଡା ଅଞ୍ଚଳ ର ଦୀନ ଦରିଦ୍ର ,ସାଧାରଣ ଲୋକ ମାନଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବା ସହିତ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରି ସମାଜରେ ଜନସାଧାରଣ ଙ୍କ ନିକଟରେ ପ୍ରିୟଭାଜନ ହୋଇ ପାରିଥିବା ବେଳେ ଜଣେ ସଫଳ ବ୍ୟକ୍ତିତ୍ୱ ଓ ବହୁ ଗୁଣ ପ୍ରତିଭାର ଅଧିକାରୀ ତାଙ୍କରି ପ୍ରଚେଷ୍ଟାରେ ଅଞ୍ଚଳ ର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନେ ମୁଖ୍ୟସ୍ରୋତରେ ସାମିଲ କରାଇବାରେ ତାଙ୍କର ଭୂମିକା ଅତୁଳନୀୟ।

ଏହି ଅଞ୍ଚଳ ର ଶିକ୍ଷାର ବିକାଶ ପାଇଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସରକାରୀ ସ୍ନାତକ ମହାବିଦ୍ୟାଳୟ ସ୍ଥାପନ ନିମନ୍ତେ ଶ୍ରୀ ଆଚାର୍ଯ୍ୟ ଙ୍କ କଠିନ ପରିଶ୍ରମ ବଳରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଦିଗରେ ସଫଳ ହୋଇଛନ୍ତି।ଯାହା ଫଳରେ ଅଂଚଳରେ ଦୁଇ ଦୁଇଟି ଶିକ୍ଷାନୁଷ୍ଠାନ ଗଢ଼ି ଉଠିଛି। ନିଜେ ଉଚ୍ଚ ଶିକ୍ଷା ହାସଲ କରି ପାରିନଥିଲେ ମଧ୍ୟ ସଦାସର୍ବଦା ନିଜ ଅଞ୍ଚଳ ର ଶିକ୍ଷା ର ବିକାଶ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏହି ଉଭୟ ବ୍ୟକ୍ତିତ୍ୱଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରିବା ପରେ ରାୟଗଡା ଜିଲ୍ଲା ର ପୂର୍ବତନ ଆଦିବାସୀ କଲ୍ୟାଣ ବିଭାଗ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାଶ, ବିଜେଡି ଜିଲ୍ଲା ସଭାପତି ଏନ ଭାସ୍କର ରାଓ,ଗୁଣୁପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ,

ବର୍ତ୍ତମାନର ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଗୁଣୁପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ପୂର୍ବତନ ବିଡ଼ିଓ ପ୍ରଭାତୀ ଝୋଡିଆ,ଭାରପ୍ରାପ୍ତ ବିଡ଼ିଓ ରୀନା ପ୍ରଧାନ,ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ, ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ରାମନାଗୁଡା ଥାନା ଅଧିକାରୀ ସୁନିତା ବେହେରା, ଥାନା ସେକେଣ୍ଡ ଅଫିସର ବାବୁଲା ପ୍ରଧାନ ,ରାମନାଗୁଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଗୌରୀ ପ୍ରସାଦ ପଣ୍ଡା, ପୁରାତନ ଛାତ୍ର ଜଗଦୀଶ ନାୟକ ବେହେରା, ବନମାଳୀ ମହାରଣା ଙ୍କ ସମେତ ରାମନାଗୁଡା ପ୍ରେସ କ୍ଳବ ସଭାପତି ଶୁଭଜିତ ପଟ୍ଟନାୟକ, ରାମନାଗୁଡା ରିପୋର୍ଟର ୟୁନିୟନ ସଭାପତି ଆନନ୍ଦ ପରିଛା ଙ୍କ ସହ ସ୍ଥାନୀୟ ଜନସାଧାରଣ ଶୁଭେଚ୍ଛା ଜଣାଇବା ସହ ଉତ୍ତୋରତ୍ତୋର କାମନା କରିଛନ୍ତି।

No Result
View All Result