No Result
View All Result
ଗଜପତି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ଆର – ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ପଞ୍ଚାୟତ ସୁଗାଡ ଗ୍ରାମରେ ଶବର ସୁରକ୍ଷା ସମାଜ ପକ୍ଷରୁ ଛାତ୍ରଛାତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀ ଦୀର୍ଘ 3 ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ସ୍କୁଲ, କଲେଜ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ କୃତିତ୍ବ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ ପିଲାମାନଙ୍କର ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣକୁ ଲୋକଲୋଚନକୁ ଆଣିବା ହିଁ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ l
ଏବଂ ସ୍ଥାନୀୟ ପିଲାମାନଙ୍କୁ ପ୍ରତିଯୋଗିତା ମୂଳକ ଭାବେ ଖେଳ, ନାଚ, ଗୀତ, କୁଇଜ ଓ ଭାଷଣ ଭଳି କାର୍ଯ୍ୟକ୍ରମକରି ପିଲାମାନଙ୍କୁ ପ୍ରଶିକ୍ଷଣ କରିବା ଭଳି କାର୍ଯ୍ୟକ୍ରମ କରି କୃତି ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏପରିକି ଦୁର୍ଗମ ଅଞ୍ଚଳରେ ଅଧିକାଂଶ ଛାତ୍ର ଛାତ୍ରୀ ଆର୍ଥିକ ଅଭାବରୁ ଅଧାରୁ ପାଠ ଛାଡି ଦେଇଥାନ୍ତି ସେମାନଙ୍କୁ ସମାଜ ତରଫରୁ କିପରି ଆର୍ଥିକ ସହାୟତା ଦେବାସହ କିପରି ସେ ଉଚ୍ଚ ଶିକ୍ଷା ଲାଭ କରିପାରିବ ତାହାରି ଉପରେ ମଧ୍ୟ ଗୁରୁତ୍ଵ ଦେଇଥିଲେ ।
ସମ୍ମିଳନୀରେ ଛାତ୍ରଛାତ୍ରୀ ସମ୍ମିଳନୀ ସଭାପତି ସରୋଜ ବଡରଇତଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ,ଆର- ଉଦୟଗିରି ବ୍ଲକ ଅଧକ୍ଷ ଲକ୍ଷ୍ମୀକାନ୍ତ ଶବର ଯୋଗ ଦେଇଥିଲେ l ସମ୍ମାନିତ ଅତିଥିଭାବେ ଆର -ଉଦୟଗିରି ଜିଲ୍ଲାପରିଷଦ ସଭ୍ୟା ଯମୁନା ଦଳବେହେରା, ସାମ୍ବାଦିକ ନୃସିଂହନାଥ ପୂଜାରୀ,
ତ୍ରିପତି ବିଷୋୟୀରତ୍ନ, ମହେନ୍ଦ୍ରଗଡ ସରପଞ୍ଚ କୁମୁଦିନୀ ଗମାଙ୍ଗ, ସମିତିସଭ୍ୟ ପୂର୍ଣଚନ୍ଦ୍ର ଗମାଙ୍ଗ, ଉପସଭାପତି ନିତ୍ୟାନନ୍ଦ ଗମାଙ୍ଗ ପ୍ରମୁଖ ଯୋଗଦେଇଥିଲେ ଏବଂ ଛାତ୍ରଛାତ୍ରୀ ସମ୍ମିଳନୀର କାର୍ଯ୍ୟକର୍ତା ଗଣ ରଞ୍ଜନ ରଇତ, ଈଶ୍ୱର ରଇତ, ନରତୁମ୍ବ ରଇତ, ତାରିଣୀ ବଡରଇତ, ଏବଂ ରଜନୀ ରଇତ ପ୍ରମୁଖ ନିଶ୍ୱାର୍ଥ ପର ସହ ଆପ୍ରାଣ ସହଯୋଗରେ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି l

No Result
View All Result