No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ବସ୍ତରୀୟ ସହର ହେବ ଶ୍ରୀକ୍ଷେତ୍ର । ଭାଟିକାନ ସିଟି ପରି ରାସ୍ତାଘାଟ ଓ ରଙ୍ଗୀନ ଆଲୋକରେ ପୁରୀ ସହର ଚକଚକ କରିବ । ବିଦେଶୀ ପର୍ଯ୍ଯଟକ ସମୁଦ୍ରକୂଳେ ଏୟାରପୋର୍ଟେରେ ଅବତରଣ କରିବେ । ଏହିସବୁ ପ୍ରସଙ୍ଗ କାନକୁ, ଟିଭି ପାଇଁ ଓ ଖବରକାଗଜ ପାଇଁ ସୁନ୍ଦର ଜଣାପଡୁଥିଲେ ମଧ୍ଯ ପକୃତପକ୍ଷେ ପୁରୀ ସହରର ସେତିକି ଉର୍ନ୍ନତି ହୋଇପାରିନାହିଁ । ଗାଁ ପରିମଳ ଧୋବା ତୁଠରୁ ପରି ସହରର ପରିମଳ ଅଠରନଳା ଦେଖି ପର୍ଯ୍ଯଟକ ଜାଣି ପାରୁଛନ୍ତି । ହରେକୃଷ୍ଣପୁର ଜେଲ ରୋଡ ରାସ୍ତା ୮୦ ଫୁଟିଆ ଥିବାବେଳେ ଅଠରନଳା ବ୍ରିଜଟି ୨୦ ଫୁଟିଆ ।
କୁମ୍ଭାରପଡା ଥାନା ପଛପଟେ ମୂଷାନଈ ଉପରେ ବଡ ବ୍ରିଜ ନିର୍ମାଣ ହୋଇପାରିନାହିଁ । ମୂଷାନଦୀର ହୁଳୁହୁଳିଆ ପୋଲ ଠାରୁ ଅଠରନଳା ବ୍ରିଜ ପର୍ଯ୍ୟନ୍ତ ଦଳ ସଫା କରିବା ନାମରେ କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ଅଞ୍ଚଳବାସୀଙ୍କ ମଧ୍ଯରେ ଆଲୋଚନା ହେଉଛି । ଦଳକଢା, ଡ୍ରେନ ନିର୍ମାଣ, ଷ୍ଟିଲ ରେଲିଂ, ଡ୍ରେନ ଉପରେ ପାଦଚଲା ରାସ୍ତା ଓ ଗରୁଡ ମୂର୍ତି ନିକଟ ଉର୍ନ୍ନତିକରଣରେ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି ତାହା ଗୋଟିଏ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିନାହିଁ । ଗରୁଡ ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ବିପଦସଙ୍କୁଳ ଅବସ୍ଥାରେ ରହିଛି ।
ସେଠାରେ ପଡିଥିବା ଫ୍ଲେବର ଇଟା କଢାଯାଇ ଏବେ ଗ୍ରାନାଇଟ ପଡୁଛି । ଉପର ଚକଚକ ଦେଖାଯାଉଥିଲେ ମଧ୍ଯ ନଦୀ ଶଯ୍ୟା ଦଳ ଘାସରେ ପରିପୂର୍ଣ୍ଣ ହୋଇଥିବାରୁ ଏହା ପର୍ଯ୍ଯଟକଙ୍କୁ ଆକୃଷ୍ଟ କରିପାରୁନାହିଁ । ସାରୁ ଗଛ,ଗବ ଗଛ, ଲାଜକୁଳୀ ଲତା, ପୋକ ସୁଙ୍ଘା ଗଛ, ବିଛୁଆତି ଗଛ,ପାଣି ଘାସ,କଲିକତି ଦଳ, ଚିଙ୍ଗୁଡିଆ ଦଳ ଭର୍ତି ହୋଇଥିବାରୁ ଡ୍ରେନେଜ ବିଭାଗ କିମ୍ବା ଓବିସିସି ଏହାକୁ ସଫା ନକରି ପର୍ଯ୍ଯଟକ ପହଁରିବା ପାଇଁ ସୁଇମିଙ୍ଗପୁଲ ଖୋଳିବାରେ ଓବିସିସି ଲାଗି ପଡିଛି । ମୂଷାନଦୀର ଦୁଇପାର୍ଶ୍ଵ ସୁଦୃଢ ନଦୀବନ୍ଧ ନଥିବାରୁ ସେଠାରେ ବସ୍ତି ଗଢି ଉଠିଲାଣି ।
ନଦୀ ଭିତରେ ନଡିଆ ଗଛ, କଦଳୀ ଗଛ ଓ ଚାକୁଣ୍ଡା ଗଛ ଲଗାଇ ସ୍ଥାୟୀ ବାସଗୃହ କରି ରହିଲେଣି । ନଦୀବନ୍ଧ ପାର୍ଶ୍ବରୁ ବସ୍ତି ଉଠାଇବା ପାଇଁ ବହୁଥର ଉଦ୍ଯମ କରି ପ୍ରଶାସନ ଫେଲ ମାରିଛି । ସହରର ଆବର୍ଜନା ପାଣି ସ୍ବରେଜ ଓ ଡ୍ରେନେଜ ନାଳ ଦେଇ ମୂଷାନଦୀରେ ମିଶୁଛି । ଏହାର ଦୁର୍ଗନ୍ଧରେ ପର୍ଯ୍ଯଟକ ନାକରେ ରୁମାଲୁ ଦେଇ ଯାଆଆସ କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ନଦୀ ଶଯ୍ଯାରେ ଥିବା କଲିକତି ଦଳ ବର୍ଗ ଗୁଣନ ଅନୁପାତ ପରି ବଢି ଚାଲିଛି । ଦଳ କିଛି ଶୁଣୁନାହିଁ । ଔଷଧ ପଡିଲା ଦଳ ମଲା ନାହିଁ । ପଙ୍କରୁ ଦଳକଢା ଶ୍ରମିକ ଜାଲରେ ଦଳକାଢି ରାସ୍ତା ଉପରେ ଗଦା କଲେ ତାହା ମରିଲା ନାହିଁ ।
ପଙ୍କ କଢା ଜାହାଜ ମେସିନ ପଙ୍କ ଦଳ ପାଣି ଫେଣ୍ଟି ଦି ଫୁଟିଆ ପାଇପ ଯୋଗେ ଗୋଟେ କିଲୋମିଟର ଦୂରରେ ଗଦା କଲା । ଭାବିଲା ଆଉ ଦଳ ହେବ ନାହିଁ । କିନ୍ତୁ ବର୍ଷା ଦିନେ ଯେତିକି ଦଳ ଥିଲା ସେତିକି ପୂର୍ଣ ହୋଇଗଲା । ଦଳ ଠିକାଦାରଙ୍କ ପାଇଁ ଆଶୀର୍ବାଦ ପାଲଟିଛି । ଦଳ କାଢିବା ନାମରେ ବାରମ୍ବାର ବିଲ୍ କରାଯାଉଛି । ମୂଷାନଦୀର ବନ୍ଧ ନାହିଁକି ପାଣି ନାହିଁ । ଉର୍ନ୍ନତିକରଣ ନାମରେ ଟଙ୍କା ଖର୍ଚ୍ଚ ହେଉଛି ଘାଇଁ ଘାଇଁ ବୋଲି ଜଣେ ସ୍ଥାନୀୟ ବାସିନ୍ଦା କହିଥିଲେ ।
ତୁମ୍ବାକୃତି ଅଧରହାଣ୍ଡି ପରି ସ୍ବରେଜର ଟାଙ୍କି ଉପରକୁ ଚାହିଁ ରହିଥିବା ବେଳେ ତଳେ ଭସ ଭସ ପାଣି ଯାଉଛି । ମୂଷାନଈରେ ମୂଷା ଓ ମଶାଙ୍କ ପାର୍ଦୁଭାବ ବଢିଯାଇଛି । ସକାଳେ ଓ ସଂଧ୍ଯାରେ ସ୍ଥାନୀୟ ମହିଳା ମାନେ ନାକରେ ଲୁଗା ଦେଇ ପାଦଚଲା ରାସ୍ତାରେ ଚାଲୁଛନ୍ତି । ନୂଆ ସରକାର ପୁରୀକୁ ନୂଆ ରୂପରେ ଦେଖିବା ପାଇଁ ମୂଷାନଦୀ ଉର୍ନ୍ନତିକରଣକୁ ଯୁଦ୍ଧକାଳୀନ ଭିତ୍ତିରେ ନଦୀବନ୍ଧ ନିର୍ମାଣ କରିବାକୁ ପୁରୀବାସୀ ମାନେ ଅନୁରୋଧ କରିଛନ୍ତି ।

No Result
View All Result