No Result
View All Result
ରଥ ନିର୍ମାଣ କାର୍ଯ୍ୟ ଦ୍ବାଦଶ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାଣ ତିନିରଥ ମହାରଣା ସେବକ – ୭୮ ତିନିରଥ କରତୀ ସେବକ – ୪ ତିନିରଥ ଓଝା କମାର ସେବକ ୧୫ ତିନିରଥ ରୂପକାର ସେବକ -୨୧ ତିନିରଥ ଭୋଇ ସେବକ – ୬୨ ପାହି ମହାରଣା – ୧ ତୁମ୍ବ ବିନ୍ଧ କାରୀଗର – ୧ ରଥଖଳା ସହାୟକ(ପାଣି ବାଲା) ୧ ମୋଟ – ୧୮୩ ଜଣ ରଥ ନିର୍ମାଣ ଅଗ୍ରଗତି
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ସୋମବାର ରଥଖଳା ରଥ ନିର୍ମାଣର ଦ୍ୱାଦଶ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଲାଠାରେ ଉପସ୍ଥିତ ପୂର୍ବକ ଦୈନଦିନ ପ୍ରକାରେ ଉପସ୍ଥାନ ଦେଇ ତିନି ରଥ ମୁଖ୍ୟ ବିଶ୍ଵକର୍ମା ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
( ଗତକାଲି ଶ୍ରୀ ନୃସିଂହ ଦେବଙ୍କ ଜନ୍ମ ତିଥିରେ ବିଧି ମତେ ଗୁଜ କାଠ, ଅର, ତଥା ତୁମ୍ବରେ ଅର ସଂଯୋଗ ଏବଂ ଚଉପଟ ସାଲ ଗୁଜରେ ରୂପକାର ସେବକଙ୍କ ଦ୍ଵାରା ଶ୍ରୀ ନୃସିଂହ ଦେବଙ୍କ ରୂପ ଖୋଦେଇ ଅନୁକୂଳ ପର୍ବ ଶେଷ ହୋଇଥିଲା) ଆଜି ରଥ ନିର୍ମାଣର ଦ୍ୱାଦଶ ଦିନରେ ରଥ ଖଳା ଯନ୍ତା ଗାଡ଼ ଠାରେ ତିନି ରଥର ଗୋଟିଏ ଗୋଟିଏ ନାହାକା ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡିଆ ଅନୁକୂଳ ପୂଜା ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ବରେ ତିନି ରଥର ଭୋଇ ସେବକ ମାନଙ୍କ ସହଯୋଗରେ ସମ୍ପନ୍ନ ହୋଇଅଛି ।
ଆଜି ତିନି ରଥର ଦୁଇ ଦୁଇଟି ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡିଆ ପରେ ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନେ ତିନିରଥ ମହାରଣା ସେବକ ମାନଙ୍କୁ ଯୋଗାଇ ଥିଲେ । ତିନିରଥ ମହାରଣା ସେବକ ମାନେ ସିଙ୍ଗଡ଼ାରେ ପଇ ରଖି ମାପ ଚିହ୍ନ ପକାଇବା ସହ ମାପ ପ୍ରକାରେ ବଳକା ଅର କୁ କାଟି ସାଲ କରିବାପରେ ତୁମ୍ବ ରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନଙ୍କ ସହଯୋଗରେ ତୁମ୍ବ ବିନ୍ଧ କାରିଗର ଙ୍କୁ ଯୋଗାଇ ଥିଲେ, ତୁମ୍ବ ବିନ୍ଧ କାରିଗର ତିନି ରଥର ଗୋଟିଏ ଗୋଟିଏ ତୁମ୍ବର ଅଖ ବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି।
ଆସନ୍ତାକାଲି ତିନି ରଥର ପଇ ବିନ୍ଧ ଅନୁକୂଳ ପୂଜା ତିନି ରଥର ମୁଖ୍ୟ ମହାରଣା ଙ୍କ ଦ୍ଵାରା ସମ୍ପନ୍ନ ପରେ ତିନିରଥ ର ପଇ ବିନ୍ଧ କାର୍ଯ୍ୟ ଆରମ୍ଭ ହେବ । ଏଥିସହ ଆଜି ତିନି ରଥର ୧୧ ଟି ଲେଖାଏଁ ଗୁଜ ୯ ଟି ଲେଖାଏଁ ଜଳଯନ୍ତ୍ର ନିର୍ମାଣ ଶେଷ ହୋଇ ତିନି ରଥର କୁଡୁକା (ପାଞ୍ଚ ଦଂଡାକୁ ବାନ୍ଧି ରଖିବାକୁ) ଚଉପଟ କାର୍ଯ୍ୟ ଜାରୀ ରହିଛି। ଏଥିସହ ତିନି ରଥର ରୂପକାର ସେବକ ମାନେ ଗୁଜରେ ନୃସିଂହ ରୂପ ଖୋଦେଇ ଜାରୀ ରଖିଛନ୍ତି।
କମାର ଶାଳ
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ଚକା ଡେରା ନୀତି ପାଇଁ ଆବଶ୍ୟକ ତିନି ରଥର ୧୨ ଗୋଟି ଅନୁକୂଳ ତୁମ୍ବ ପାଇଁ ଆବଶ୍ୟକ ପନ୍ଦାରି ର ମଠା କାର୍ଯ୍ୟ ଶେଷ କରିବା ସହ, ପନ୍ଦାରି ଚାବି ତିନି ରଥର ୮ ଟି ଲେଖାଏଁ ୨୪ ଗୋଟି ଶେଷ କରି ଅର କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।
No Result
View All Result