ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ମଙ୍ଗଳବାର) ପଦ୍ମପୁର :– ପଦ୍ମପୁର ଉପଖଣ୍ଡ ଘନାମାଲ ଠାରେ ଫସିରହିଛନ୍ତି ଚାରିଗୋଟି ହାତୀ । ରାତିରେ ଝାଞ୍ଜ ପାହାଡ଼ରୁ କୁଠେଲା ଡୁଙ୍ଗୁରି ଦେଇ ବୁଢାପହାଡ଼କୁ ଅତିକ୍ରମ କରୁଥିଲେ ଏହା ତାଙ୍କର ନିତିଦିନିଆ ରାସ୍ତା । ହେଲେ ଏହାର ମଝିରେ ରହିଛି ଅଙ୍ଗନଦୀ ,ଏବେ ନଦୀରେ ବେଶିପାଣି ଆସୁଥିବାରୁ ହାତୀ ନଦୀପାର ହୋଇପାରିଲେଣି ।

ଏହି ଚାରି ଗୋଟି ହାତିରୁ ଦୁଇଟି ହାତୀ ଛୁଆ ହୋଇଥିବାରୁ ନଦୀପର କରିପାରିନଥିଲେ । ସକାଳ ହେବାରୁ ଲୋକଙ୍କ ନଜରରେ ଆସିଥିଲେ ,ଲୋକଙ୍କ ଗହଳି ଦେଖି ନଦୀପାର ନହୋଇ ପାଖରେ ଥିବା ଘନାମାଲ ଗ୍ରାମରର ଗ୍ରାମ୍ୟ ଜଙ୍ଗଳରେ ଅଟକି ଯାଇଛନ୍ତି । ଏହି ହାତୀ ପଳରେ ଦୁଇଟି ମାଇ ହାତୀ ଓ ହୁଇଟି ଛୁଆ ଅଛନ୍ତି । ହାତୀକୁ ଦେଖି ଲୋକଙ୍କ ଭିଡ଼ ଜମୁଛି , ତେଣୁ ବନବିଭାଗ ଲୋକଙ୍କୁ ହାତୀଠୁ ଦୂରରେ ରହିବା ପାଇଁ ସତର୍କ କରୁଛି ଏବଂ ଆଖପାଖର ଗାଁରେ ମଧ୍ୟ ଲୋକଙ୍କୁ ସତର୍କ କରାଉଛି । (ପଦ୍ମପୁର,ରିପୋର୍ଟ/ନିରୋଜ କୁମାର ପାଣୀ)















