• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହିଳାମାନଙ୍କ ପାଇଁ ସମ୍ମାନ, ସୁଯୋଗ ଏବଂ ସମାନତା ସୁନିଶ୍ଚିତ କରିବା ହେଉଛି ସମୟର ଆହ୍ୱାନ – ରାଜ୍ୟପାଳ

Proprietor Abhimanyu Maharana by Proprietor Abhimanyu Maharana
May 10, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ମହିଳାମାନଙ୍କ ପାଇଁ ସମ୍ମାନ, ସୁଯୋଗ ଏବଂ ସମାନତା ସୁନିଶ୍ଚିତ କରିବା ହେଉଛି ସମୟର ଆହ୍ୱାନ – ରାଜ୍ୟପାଳ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :–  ଯେ କୌଣସି ସମାଜର ଶକ୍ତି ଏହାର ମହିଳାମାନଙ୍କ ପ୍ରତି ପ୍ରଦର୍ଶନ କରାଯାଉଥିବା ବ୍ୟବହାର ଉପରେ ନିର୍ଭର କରେ । ଏଣୁ ଏକ ସୁସ୍ଥ ସମାଜ, ଶକ୍ତିଶାଳୀ ଓ ସମୃଦ୍ଧ ଦେଶ ଗଠନ ନିମନ୍ତେ ପୃଷ୍ଠଭୂମି ଓ ଭୌଗଳିକ ପରିବେଶ ନିର୍ବିଶେଷରେ ମହିଳାମାନଙ୍କ ପାଇଁ ସମ୍ମାନ, ସୁଯୋଗ ଏବଂ ସମାନତା ସୁନିଶ୍ଚିତ କରିବା ହେଉଛି ସମୟର ଆହ୍ୱାନ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି ।

ଆଜି “ମା’ ଘର ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର” ଏବଂ “ଏସ୍‌.ଏସ୍‌. ହସ୍ପିଟାଲ, ତାଳଚେର”ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ “ବିଶ୍ୱ ମାତୃ ଦିବସ” ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ମାତୃ ଦିବସ କେବଳ ମାତୃତ୍ୱର ଏକ ଉତ୍ସବ ନୁହେଁ, ଏହା ବିଶ୍ୱରେ ପ୍ରତିଦିନ ମା’ମାନଙ୍କର ପାଳନକାରୀ ଆତ୍ମା, ଅସୀମ ସ୍ନେହ ଏବଂ ତ୍ୟାଗର ସ୍ୱୀକୃତି । ଏହା ଏକ ଦିନ ଯାହା ଆମ ପ୍ରତ୍ୟେକଙ୍କ ପାଇଁ ଗଭୀର ଭାବଉଦ୍ରେକକାରୀ ମହତ୍ୱ ବହନ କରେ ବୋଲି ରାଜ୍ୟପାଳ କହିଥିଲେ ।

ମା’ଘର ଫାଉଣ୍ଡେସନ୍ ଟ୍ରଷ୍ଟ, ଭୁବନେଶ୍ୱର ଏବଂ ଏସ୍‌.ଏସ୍‌. ହସ୍ପିଟାଲ, ତାଳଚେରର ମିଳିତ ପ୍ରୟାସରେ “ବିଶ୍ୱ ମାତୃ ଦିବସ” ଅବସରରେ “ସମୟର ଆବଶ୍ୟକତା” ଶୀର୍ଷକ ସେମିନାର ଆୟୋଜନ କରିଥିବାରୁ ରାଜ୍ୟପାଳ ସାଧୁବାଦ ଜଣାଇବା ସହିତ ଆମ ସମାଜ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ଆଲୋଚନା ଓ ବିଚାରବିମର୍ଷ ନିମନ୍ତେ ବୁଦ୍ଧିଜୀବୀ, ନୀତି ନିର୍ଦ୍ଧାରକ, ସାମାଜିକ କର୍ମୀ ଏବଂ ସ୍ୱାସ୍ଥ୍ୟ ସେବା ସହ ଜଡିତ ବୃତ୍ତିଧାରୀ ଏକତ୍ର ହୋଇଥିବାରୁ ଖୁସି ପ୍ରକଟ କରିଥିଲେ । ଏପରି ପଦକ୍ଷେପ କେବଳ ସମୟୋଚିତ ନୁହେଁ, ବରଂ ସମାବେଶୀ ବିକାଶ, ସଶକ୍ତିକରଣ ଦିଗରେ ଆମର ସାମୁହିକ ଯାତ୍ରାରେ ବହୁତ ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ ।

ଓଡିଶାର ଦୁର୍ଗମ ଓ ଅନୁନ୍ନତ ଅଂଚଳରେ ବିଭିନ୍ନ ସମସ୍ୟାର ସମାଧାନ, ଶାନ୍ତି ପ୍ରତିଷ୍ଠା ପାଇଁ ନିରନ୍ତର ପଦକ୍ଷେପ, ମହିଳାମାନଙ୍କୁ ସଶକ୍ତ କରିବା, ଗୋଷ୍ଠୀଙ୍କୁ ପୋଷଣ କରିବା, ଶିକ୍ଷା ଓ କଲ୍ୟାଣମୂଳକ ପଦକ୍ଷେପକୁ ସହଜ କରିବା ଦିଗରେ ଅନୁଷ୍ଠାନର ଉତ୍ସର୍ଗୀକୃତ ପ୍ରଚେଷ୍ଟା ପାଇଁ ଖୁସି ପ୍ରକଟ କରିଥିଲେ । ସେହିପରି ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଉପରେ ଏସ୍‌.ଏସ୍‌. ହସ୍ପିଟାଲ, ତାଳଚେରର ପ୍ରୟାସ ପାଇଁ ଖୁସି ହେବା ସହ ଏହା ଏକ ସୁସ୍ଥ ଏବଂ ଶକ୍ତିଶାଳୀ ସମାଜ ଗଠନରେ ମୂଳଦୂଆ ବୋଲି କହିଥିଲେ ।

ଏହି ସମାରୋହରେ ସମ୍ମାନନୀୟ ଅତିଥିଭାବେ ଓଡିଶାର ଆଇନ୍‌, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏତଦ୍‌ବ୍ୟତୀତ ସମାରୋହର କୋ- ଅର୍ଗାନାଇଜର ଆଡ୍‌ଭୋକେଟ୍ ଋତୁପର୍ଣ୍ଣା ମହାନ୍ତି ଏବଂ ଡ. ସୁସ୍ମିତା ସାହୁ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରୋଗ୍ରାମ କୋ-ଅର୍ଡିନେଟର ଆଡଭୋକେଟ୍ ଜ୍ଞାନଦୀପ ବିଶ୍ୱପ୍ରସାଦ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ ଟ୍ରଷ୍ଟି ଶ୍ରୀମତୀ ସୁନିତା ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026
ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

May 11, 2026
ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

May 11, 2026
ମେ ୨୬ ଓ ୨୭ରେ ଓଡ଼ିଶା ଅମଲା ରାଜ୍ଯସଂଘର ସମ୍ମିଳନୀ

ମେ ୨୬ ଓ ୨୭ରେ ଓଡ଼ିଶା ଅମଲା ରାଜ୍ଯସଂଘର ସମ୍ମିଳନୀ

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026
ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version