No Result
View All Result
ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଆରମ୍ଭ ହୋଇଛି ବାଣପୁର ବ୍ଲକ ଅନ୍ତର୍ଗତ ଵଡପଦର ଗ୍ରାମର ଯାତ୍ରା ପଡ଼ିଆ ର ଭରପୁର ଦର୍ଶକ ମାନଙ୍କ ସମାବେଶରେ ଉକ୍ତ ଗ୍ରାମର ଶ୍ରୀ ରଘୁନାଥ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ଶତବାର୍ଷିକୀ ଜୟନ୍ତୀ ଉପଲକ୍ଷେ ପାଞ୍ଚ ଦିନ ବ୍ୟାପୀ ଶ୍ରୀ ରାମଲୀଳା ମହୋତ୍ସବ। ଶୁକ୍ରବାର ସନ୍ଧ୍ୟାରେ ଚିଲିକା ର ପ୍ରାକ୍ତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ତଥା ଉଦ୍ ଘାଟକ, ଚିଲିକା ବ୍ଲକ ର ପ୍ରାକ୍ତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ମୁଖ୍ୟ ବକ୍ତା, ନାଚୁଣୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ସାହୁ, ନାଚୁଣୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ସ୍ବପ୍ନାଞ୍ଜଳିପଲେଇ,

ବରିଷ୍ଠ ରାମଲୀଳା କଳାକାର ରାମଚନ୍ଦ୍ର ମହାରଣା, ଗ୍ରାମ ପରିଚାଳନା କମିଟିର ଉପସଭାପତି ଦୟାନିଧି ପଲେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଶ୍ରୀ ରାମଲୀଳା ମହୋତ୍ସବ ତଥା ଶ୍ରୀ ରଘୁନାଥ ରାମଲୀଳା ନାଟ୍ୟ ସଂସଦ ଶତବାର୍ଷିକୀ ଉତ୍ସବକମିଟି ର ସଭାପତି ମକରଧ୍ବଜ ପଲେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭା ଅତିଥି ମାନଙ୍କ ଦ୍ବାରା ଶ୍ରୀ ରଘୁନାଥ ମହାପ୍ରଭୁଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଶହେ ବର୍ଷ ରେ ପଦାର୍ପଣ କରିଥିବା ଏହି ଅନୁଷ୍ଠାନ ର ସୁଦୀର୍ଘ ପରମ୍ପରା ଐତିହ୍ୟ ଉପରେ ଆଲୋକପାତ କରିଥିଲେ।

ଏହି ଅନୁଷ୍ଠାନ ଗ୍ରାମ ତଥା ଅଞ୍ଚଳରେ ରାମକଥାର ମହନୀୟତା ସାଂସ୍କୃତିକ ଚେତନା ମାଧ୍ୟମରେ ମନୋରଂଜନ ମାଧ୍ୟମରେ ପ୍ରସାରିତ କରି ନାଗରିକ ମାନଙ୍କୁ ଏକତା, ଭାଇଚାରା,ପାରସ୍ପରିକ ସୈ।ହାର୍ଦ୍ୟ ଓ ସହାବସ୍ଥାନ ର ବାର୍ତ୍ତା ରାମାୟଣର ଆଦର୍ଶ ଚରିତ୍ର ମାନଙ୍କ ର ଅବତାରଣା ପୂର୍ବକ ଦେଇ ଆସିଥିବା ରୁ ପ୍ରଶଂସାର୍ହ ହୋଇ ପାରିଥିବା ଦର୍ଶାଇଥିଲେ। ସାମ୍ବାଦିକ ପ୍ରଦୋଷ କୁମାର ଦାସ ଙ୍କ ଦ୍ଵାରା ମଞ୍ଚ ସଞ୍ଚାଳନ, ଅତିଥି ପରିଚୟ ପ୍ରଦାନ ହୋଇ ଥିବା ବେଳେ ସ୍ଥାନୀୟ ଯୁବକ ମାନେଏହି କାର୍ଯ୍ୟକ୍ରମରେ ସମ୍ଫୃର୍ଣ ସହଯୋଗ କରିଥିଲେ।

ଏହାପରେ ରାମଲୀଳା ମହୋତ୍ସବ ର ଯାତ୍ରା ମଞ୍ଚ ଅତିଥି ମାନଙ୍କ ଦ୍ଵାରା ଉଦ୍ ଘାଟିତ ହେବା ପରେ ପ୍ରଥମ ସନ୍ଧ୍ୟା ର ପ୍ରତିଯୋଗୀ ଵଉଳାଵନ୍ଧ ଶ୍ରୀ ରଘୁନାଥ ନାଟ୍ୟ ସଂସଦ ର କଳାକାର ମାନେ ଵୈଶ୍ୟ ସଦାଶିବ ଙ୍କ ଵିରଚିତ ରାମଲୀଳା ର କୁମ୍ଭକର୍ଣ୍ଣ ବଧ,ତରଣୀସେନ ଵଧ ଏଵଂ ସ୍ଵର୍ଗତ ଗାୟକ ରତ୍ନ ଲୋକନାଥ କରଙ୍କ ରଚିତ ମେଘନାଦ ବଧ ମଞ୍ଚ ସ୍ଥ କରି ଦର୍ଶକଙ୍କୁ ବିମଳ ଭକ୍ତିରସ ଓ ବୀର ରସ ପରିବେଷଣ ପୂର୍ବକ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖି ପାରିଥିଲେ। ବିଚାରକ ଭାବେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ,ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର ,

ସାମ୍ବାଦିକ ପ୍ରଦୋଷ କୁମାର ଦାସ ଓ ବରିଷ୍ଠ ଶିକ୍ଷାବିତ ତଥା ନାଚୁଣୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ସାହୁ ଯୋଗଦେଇ କ୍ରୃତୀ କଳାକାର ମାନଙ୍କ ର କ୍ରୃତୀତ୍ବ ର ମୂଲ୍ୟାୟନ କରିଥିଲେ। ଉତ୍ସବ କମିଟି ର କର୍ମକର୍ତ୍ତା ସାମ୍ବାଦିକ ମନୋଜ କୁମାର ବରାଳ, ବିଜୟ କୁମାର ଗୁରୁ,ରାଧା ଶ୍ୟାମ ମହାରଣା, ବିଭୂତି ଭୂଷଣ ବରାଳ, ସରୋଜ କୁମାର ମହାନ୍ତି, ଦୁର୍ଯୋଧନ ବରାଳ, ସଞ୍ଜୟ କୁମାର ମାଝୀ ପ୍ରମୁଖ ସମସ୍ତ ବଡପଦର ଗ୍ରାମବାସୀ କାର୍ଯ୍ୟକ୍ରମ ର ସୁପରିଚାଳନା କରିଥିଲେ ।
No Result
View All Result