• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକ ପରିମଳ, ବିଦ୍ୟୁତ, ସ୍ବାସ୍ଥ୍ୟ ଓ ରାସ୍ତାଘାଟ ଅବ୍ୟବସ୍ଥାକୁ ନେଇ ପ୍ରବଳ ହଟ୍ଟଗୋଳ

Proprietor Abhimanyu Maharana by Proprietor Abhimanyu Maharana
May 1, 2025
in ଓଡ଼ିଶା, ପୁରୀ, ହୋମ୍
0
ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକ ପରିମଳ, ବିଦ୍ୟୁତ, ସ୍ବାସ୍ଥ୍ୟ ଓ ରାସ୍ତାଘାଟ ଅବ୍ୟବସ୍ଥାକୁ ନେଇ ପ୍ରବଳ ହଟ୍ଟଗୋଳ
Share on FacebookShare on TwitterWhatsapp

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍)  :-  ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରଥମ ସମ୍ବନୟ ବୈଠକ ଗୁରୁବାର ପୂର୍ବାହ୍ନରେ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ବି.ପରମେଶ୍ବରନ ଅଧ୍ୟକ୍ଷତା କରିଥିଲେ । ସହର ପରିମଳ, ସ୍ବାସ୍ଥ୍ୟ ସେବାରେ ଅବ୍ୟବସ୍ଥା,ବିଦ୍ୟୁତ ବିଭାଗର ଅବହେଳା,ସାହିଗଳି କନ୍ଦିର ରାସ୍ତାଘାଟ ଅବ୍ୟବସ୍ଥାକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା । ପ୍ରାରମ୍ଭରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଅତିଥି ପରିଚୟ ସହ ସ୍ବାଗତ କରିଥିଲେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ବୈଠକକୁ ଆନୁଷ୍ଠାନିକ ଭାବେ ଉଦଘାଟନ ଉଦଘାଟନ କରାଯାଇଥିଲା। କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ପର୍ଯ୍ୟଟକଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ରଥକାଠ ସଂଗ୍ରହ, ରଥନିର୍ମାଣ,ରଥ ସାମଗ୍ରୀ ଯୋଗାଣ ଓ ରଥକନା ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଥିଲେ । ରଥ ପାଇଁ ଆବଶ୍ୟକ ୮୬୫ ଖଣ୍ଡ କାଠରୁ ୫୧ ଖଣ୍ଡ କାଠ ଗତବର୍ଷରୁ ବଳକା ଥିଲା ।

ଆଉ ୮୧୪ ଖଣ୍ଡ କାଠ ମଧ୍ଯରୁ ୩୨୬ ଖଣ୍ଡ କାଠ ରଥଖଳାରେ ପହଞ୍ଚିଛି । ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରେ ଲାଗିଥିବା ଗଛ ଗୁଡ଼ିକ ସ୍ଥିତିକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା । ବିଶେଷକରି ଫାସି କାଠର ଅଭାବକୁ ନେଇ ସଦସ୍ଯ ମାନେ କ୍ଷୋଭ ପ୍ରକାଶ କରିଥିଲେ । ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ନେଇ ଗୃହର ସଦସ୍ଯ ସାମ୍ବାଦିକ ଓ ସେବାୟତ ମାନେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପୁରୀ ଡାକ୍ତର ଖାନାରେ ବର୍ଣ୍ଣିଂ ୱାର୍ଡକୁ ନେଇ ସଭ୍ଯ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।

ଖାଦ୍ଯ ଯାଞ୍ଚକୁ କଡାକଡି କରିବା ପାଇଁ ସଭ୍ଯମାନେ ଗୁରୁତ୍ୱ ଦେଇଥିଲେ । ପୁରୀ ପୌରସଂସ୍ଥା ଦୁର୍ନୀତିର ପାହଡ ଉପରେ ବସିଛି ବୋଲି ଜଣେ ସଭ୍ଯ ମତ ଦେଇଥିଲେ । ୧୦ ବର୍ଷ ଧରି ପୌରସଂସ୍ଥାର ଅଡିଟ୍ ହେଇନାହିଁ । ପୁରୀ ସଂଲଗ୍ନ ଗ୍ରାମଗୁଡ଼ିକ ଓ ରାସ୍ତା ନିକଟରେ ପର୍ଯ୍ଯାପ୍ତ ପାଣି ଓ ଟ୍ଯାଙ୍କର ଯୋଗାଇ ଦିଆଯିବ ବୋଲି ଆରଡବ୍ଲୁ ଏସଏସ୍ ନିର୍ଵାହୀ ଯନ୍ତ୍ରୀ କହିଥିଲେ । ନିରବଛିନ୍ନ ବିଦ୍ୟୁତ ଯୋଗାଣକୁ ନେଇ ଗୃହରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ବାରମ୍ବାର ବିଦ୍ୟୁତ କାଟ, ଟାଟା କମ୍ପାନୀର ମନୋମୁଖୀ କାର୍ଯ୍ଯକଳାପ ଓ ରାଜ୍ଯପାଳ ଘଣ୍ଟାଏ ଅନ୍ଧାରରେ ରହିବାକୁ ନେଇ ସଭ୍ଯ ମାନେ ଉଦବେଗ ପ୍ରକାଶ କରିଥିଲେ ।

ପରିବହନ ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ସହରରେ ୧୨ ହଜାର ୪୯୦ ଖଣ୍ଡ ଅଟୋ ପଞ୍ଜୀକରଣ ହୋଇଛି । ଡିଜେଲ ଅଟୋ, ଇ ଅଟୋ ଓ ଟୋଟୋ ଗାଡି ପର୍ଯ୍ଯଟକଙ୍କୁ ନେବା ପାଇଁ ମନ୍ଦିର ଚାରିପଟ ଓ ସାହିତ୍ୟର ଗଳିରେ ଜାମ କରୁଥିବା ଅଭିଯୋଗ ହୋଇଥିଲା। ରେଳବାଇ ସମ୍ପର୍କରେ ଖୋର୍ଦ୍ଧା ଡିଏମ ପି. କେ. ବେହେରା କହିଲେ ଗତବର୍ଷ ୨୦ ହଜାର ରଥଯାତ୍ରୀଙ୍କ ପାଇଁ ରହିବା ଖାଇବା ବ୍ଯବସ୍ଥା ହୋଇଥିଲା । ଚଳିତବର୍ଷ ୨୪ହଜାର ରଥଯାତ୍ରୀଙ୍କ ପାଇଁ ବ୍ୟବସ୍ଥା ହୋଇଛି । ବଡଦାଣ୍ଡରେ ୪୦ ବର୍ଷ ଧରି ରହିଥିବା ବୁକିଂ କାଉଣ୍ଟର ଉଠିଯିବା ପରେ ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସିଂହଦ୍ବାର ଠାରୁ ବଳଗଣ୍ଡି ଛକ ମଧ୍ଯରେ ଏହି କାଉଣ୍ଟର ଖୋଲିବା ପାଇଁ ସଭ୍ଯ ମାନେ ଦାବି କରିଥିଲେ । ପୂର୍ତ୍ତ ବିଭାଗ ରାସ୍ତାଘାଟ ସମ୍ପର୍କରେ ମତ ଦେଇଥିବା ବେଳେ ସଭ୍ଯ ମାନେ ବାଟଗାଁ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରାସ୍ତାର ଶିଘ୍ର ଉନ୍ନତିକରଣ ପାଇଁ ଦାବି କରିଥିଲେ। ସିଂହଦ୍ବାର ଠାରୁ ସ୍ବର୍ଗଦ୍ବାର ପର୍ଯ୍ଯନ୍ତ ରାସ୍ତା ଉନ୍ନତିକରଣ ପ୍ରସଙ୍ଗ ଉଠିଥିଲା । ଏହା ସହ ପାର୍କିଂ, ଶାନ୍ତିଶୃଙ୍ଖଳା ରକ୍ଷା, ସୂଚନା କେନ୍ଦ୍ର,ପଲ୍ଲିଶ୍ରୀ ମେଳା,ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ,

ମହାନିରୀକ୍ଷକ ପ୍ରବୀଣ କୁମାର, ଓରମାସର ମୁଖ୍ୟ ନିର୍ବାହୀ ଅଧିକାରୀ ଚକ୍ରବର୍ତ୍ତୀ ସିଂ ରାଠୋର,ଏସ ପି ବିନୀତ ଅଗ୍ରୱାଲ, ରେଳବାଇ ଏସପି ବିବେକାନନ୍ଦ ଶର୍ମା, ଦେବୋତ୍ତର କମିଶନର ଲଲାଟେନ୍ଦୁ ଜେନା,ଦୂରଦର୍ଶନ ଉପ ମହାନିର୍ଦ୍ଦେଶକ ନରସିଂହ ଜେଠୀ, ଗୃହ ଓ ପୌର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ବିନୟ କୁମାର ଦାଶ,ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା ନିଳକଣ୍ଠ ମିଶ୍ର,ଅଗ୍ନିଶମ ମୁଖ୍ୟ ସେବା ଅଧିକାରୀ ରମେଶ ଚନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶ୍ରୀମନ୍ଦିର ସେବାୟତ, ବିଶିଷ୍ଟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି,ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ. ଶରତଚନ୍ଦ୍ର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆରଡିସି ଙ୍କ ନିର୍ଦ୍ଦେଶ କ୍ରମେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଜେଣ୍ଡା ଅନୁସାରେ ବୈଠକ ପରିଚାଳନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ରାଜକିଶୋର ଜେନା,ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ମାଝୀ,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ସହଦେବ ସାହୁ,ଜିଲ୍ଲାସ୍ତରୀୟ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ବୈଠକରେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

May 8, 2026
ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

May 8, 2026
ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

ସିଆଇଆଇ ଓଡିଶା ପକ୍ଷରୁ ଓଡିଶାରେ ଶିଳ୍ପ ଅଭିବୃଦ୍ଧି ଓ ସ୍ଥାୟୀ ବିିକାଶ ପାଇଁ ଏକ ରୋଡମ୍ୟାପ ସହିତ ୨୦୨୬ – ୨୭ ପାଇଁ ନୂଆ ନେତୃତ୍ୱ ଘୋଷଣା

May 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

May 8, 2026
ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version