No Result
View All Result
1990 ମସିହା ବ୍ୟାଚ ପକ୍ଷରୁ ଗୋପ ଜଳଚତ୍ର
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୁଷ୍ଟି ରେ ରଖି ଗୋପ ନିଗମାନନ୍ଦ ସରକାରୀ ହାଇସ୍କୁଲ ର 1990 ବ୍ୟାଚ ର ପୁରାତନ ଛାତ୍ର ସଂଘ ପକ୍ଷରୁ ଜଳଚତ୍ର l ଏହା ଗତ 25 ତାରିଖରେ ଆନୁଷ୍ଠାନିକ ଭାବେ ଗୋପ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ ଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା l ଗୋପ ବଜାର ଉପରେ ଦୈନିକ ସକାଳ 10 ଟାରୁ ଅପରାହ୍ନ ଗୋଟେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ଦୈନିକ ନିମାପଡା ଠାରୁ କୋଣାର୍କ ଅଭିମୁଖେ ଯାତ୍ରା କରୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବ୍ୟବସାୟୀ ଏବଂ ସ୍ଥାନୀୟ ବାସିନ୍ଦା ଉପକୃତ ହେଉଛନ୍ତି l

ଏହା ଆସନ୍ତା ଅକ୍ଷିତୃତୀୟ ପର୍ଯ୍ୟନ୍ତ ଅନୁଷ୍ଠିତ ହେଵ l ଆବଶ୍ୟକତା ପଡିଲେ ତାହା ଆସନ୍ତା ମାସ ପର୍ଯ୍ୟନ୍ତ ଚାଲିବ ବୋଲି ଛାତ୍ର ସଂଘ ର ସମ୍ପାଦକ ଡ ଭବାନୀ ଶଙ୍କର ସାମନ୍ତରାୟ କହିଛନ୍ତି l ଦୈନିକ ଦୁଇଶହ ଲିଟର ରୁ ଉର୍ଦ୍ଧ ପଣା ପ୍ରସ୍ଥିତ ହୋଇଥାଏ ଯାହା ଅତ୍ୟନ୍ତ ସୁସ୍ୱାଦିଷ୍ଟ ଓ ପରିଷ୍କାର ପରିଚନ୍ନତା ଭାବେ ପରିବେଷଣ କରାଯାଉଛି l ଦୈନିକ ଶତାଧିକ ଯାତ୍ରୀ ଙ୍କ ତୃଷ୍ଣା ମେଣ୍ଟାଉଥିବାରୁ ଅନେକ ବ୍ୟକ୍ତି ବିଶେଷ ଙ୍କ ପ୍ରଶଂସା ର ପାତ୍ର ହୋଇଛନ୍ତି 90 ବ୍ୟାଚ ର ଛାତ୍ର ଛାତ୍ରୀ ମାନେ l

ପୂର୍ବରୁ ଅନେକ ଜନହିତକାର କାର୍ଯ୍ୟକ୍ରମ କରି ବେଶ ଚର୍ଚ୍ଚାର ପାତ୍ର ହୋଇଛନ୍ତି l ଦୈନିକ ସକାଳ 10 ଟାରୁ ଦିନ ଗୋଟେ ପର୍ଯ୍ୟନ୍ତ ଗୋପ ବଜାର ର ମୁଖ୍ୟ ଛକ ରେ ଜଳଚତ୍ର ଅନୁଷ୍ଠିତ ହେଉଛି l ଏହାର ନେତୃତ୍ୱ ନେଉଛନ୍ତି ପ୍ରଦୀପ୍ତ କୁମାର ସିଂ, ସନତ କୁମାର ସେନାପତି, ଅମର ମିଶ୍ର, ମିଲନ ମହାନ୍ତି, ସଚ୍ଚିଦାନନ୍ଦ ଗୋଛାୟତ, ମନୋରଞ୍ଜନ ମୁଖୀ, ବସନ୍ତ ସେନାପତି, ଏସ କେ ବାବର, ସେକ ରେହମେତୁଲ୍ଲା, ରତିକାନ୍ତ ବାରିକ ପ୍ରଭୁତି ଛାତ୍ର ଛାତ୍ରୀ ମାନେ ସହଯୋଗ କରୁଛନ୍ତି l ନିଗମାନନ୍ଦ ହାଇସ୍କୁଲ ର 1990 ବ୍ୟାଚ ଛାତ୍ର l
No Result
View All Result