No Result
View All Result
ଚାନ୍ଦପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ନର ମାନବୀ ଗ୍ରାମର ଯୁବ ଚାଷୀ ବିଶ୍ୱନାଥ ଜେନା ୪୨ ବର୍ଷ ଜୟ ମଙ୍ଗଳ ପୁର ଗ୍ରାମରୁ ସ୍କୁଟିରେ ପରିବା ଧରି ଆସୁଥିଲେ ଚାନ୍ଦପୁର ହାଟ କୁ ପରିବା ବିକ୍ରି କରିବା ପାଇଁ ପରିବା ବିକ୍ରି ହୋଇଥିଲେ ହୋଇଥାନ୍ତା ପରିବାର ପ୍ରତି ପୋଷଣ ହେଲେ ବାଟରେ ୧୬ ନମ୍ବର ଜାତୀୟ ରାଜପଥ ର ଚଣ୍ଡେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ପରିବା ବୋଝେଇ ସ୍କୁଟିକୁ ପିଟିଲା ଦ୍ରୁତ ଗାମୀ କାର ।ସ୍କୁଟି କୁ ପଛ ପଟୁ କାର ପିଟିବାରୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ସ୍କୁଟି କୁ ଘୋଷାରି ନେଇଥୁଲା ।
ଚାଷୀଙ୍କର ସ୍କୁଟି ସମ୍ପୂର୍ଣ ଭାଙ୍ଗି ରୁଜି ଚୂରମାର ହୋଇ ଯାଇଥିବା ବେଳେ ପରିବା ପତ୍ର ସମ୍ପୂର୍ଣ ନଷ୍ଟ ଭଷ୍ଟ ହୋଇ ଯାଇଅଛି.. ଏପଟେ ଚାଷୀ ଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ପ୍ରବଳ ରକ୍ତ ସ୍ରାବ ହୋଇଅଛି । ସ୍ଥାନୀୟ ଲକେ ଚାଷୀଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଯୁବ ଚାଷୀଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଅଛି । ସ୍ଥାନୀୟ ଲୋକେ କ୍ଷତି ପୁରଣ ଦାବି କରି କାର କୁ ଅଟକାଇ ପୋଲିସ କୁ ହସ୍ତାନ୍ତର କରିଛନ୍ତି l ପୋଲିସ କାର ସହ ଚାଳକ କୁ ଅଟକ ରଖି ତଦନ୍ତ କରୁଛି l
No Result
View All Result