No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜୁନ୨୭ ତାରିଖ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ରଥଯାତ୍ରା ପାଇଁ ରଥଖଳା ପ୍ରସ୍ତୁତି କାର୍ଯ୍ଯ ଆରମ୍ଭ ହୋଇଛି । ଚଳିତମାସ ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ବିଧି ଓ ପରମ୍ପରା ଅନୁଯାଇ ତିନିରଥ ନିର୍ମାଣ କାର୍ଯ୍ଯ ବିଶ୍ବକର୍ମା ମହାରଣାଙ୍କ ଦ୍ବାରା ଶୁଭ ଅନୁକୂଳ ହେବ । ୧୨ ଫୁଟିଆ ତିନୋଟି ଧଉରା କାଠ ଶ୍ରୋତ୍ରୀୟ ବ୍ରାହ୍ମଣ ଦ୍ବାରା ବନଯାଗ ନୀତିକାନ୍ତି ଅନୁଯାଇ ପୂଜାର୍ଚ୍ଚନା କରାଯିବ । ରଥନିର୍ମାଣ ପାଇଁ ଶ୍ରୀ ନଅର ସମ୍ମୁଖରେ ଛାମୁଣ୍ଡିଆ ନିର୍ମାଣ ହୋଇଛି ।
ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତବର୍ଷ ମଧ୍ଯ ବିଧି ପରମ୍ପରା ଅନୁଯାଇ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ରଥନିର୍ମାଣ । ଭୋଇସେବକ ମାନେ ରଥ ନିର୍ମାଣ ପାଇଁ ରଥଖଳା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଲୁହାପାଇପ ଓ ବାଉଁଶ ବାନ୍ଧି ଚାଳି ପ୍ରସ୍ତୁତ କରିଛନ୍ତି । ବାଉଁଶ ଚାଳି ଉପରେ ନଡିଆ ଚାଞ୍ଚ ପକାଯାଇଛି । ରଥକାଠ ଅନୁକୂଳ ପାଇଁ ଆବଶ୍ୟକ କାଠ ବି ରଥଖଳାରେ ରଖାଯାଇଛି । ସେପଟେ ଚନ୍ଦନଯାତ୍ରା ବେଳେ ଶ୍ରୀମନ୍ଦିରରୁ ନରେନ୍ଦ୍ର ଯିବା ବାଟରେ ଅନେକ ସ୍ଥାନରେ ପନ୍ତି ଭୋଗ ଖାଇବେ ।

ଏଥିପାଇଁ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଚାଳିଆ ପ୍ରସ୍ତୁତ ହେଉଛି । ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଡଙ୍ଗାରେ ରାଳ ବୋଳା ଚାଲିଛି । ପରେ ରଙ୍ଗ ସହ ଚିତ୍ର କରାଯିବ । ନରେନ୍ଦ୍ର ଚାରିପଟ ପରିଷ୍କାର ପରିଚ୍ଛନ୍ନ ସହ ଅନ୍ଯାନ୍ଯ କାର୍ଯ୍ଯ ହୋଇଛି । ମନ୍ଦିରରେ ଚୂନ ଧଉଳା କାମ ଆରମ୍ଭ ହୋଇଛି । ଡଙ୍ଗାର ହଂସପଟା ବାହାର କରାଯାଇ ରଙ୍ଗ ଓ ଚିତ୍ର କରାଯିବ ।ମହାପ୍ରଭୁଙ୍କ ପ୍ରତିଦିନ ଦିନ ଓ ରାତି ଚାପ ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରୁ ଦୋଳଗୋବିନ୍ଦ ମଣି ବିମାନରେ ବିଜେ କରି ସିଂହଦ୍ଵାରକୁ ଆସିବା ପରେ ପଞ୍ଚ ମହାଦେବ ନରେନ୍ଦ୍ରକୁ ଯାତ୍ରା କରିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଛି ।


No Result
View All Result