No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବିଶିଷ୍ଟ ସାମ୍ୟବାଦୀ ନେତା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI) ର ବରିଷ୍ଠ ନେତା କମ୍ରେଡ ଦିବାକର ନାୟକଙ୍କ ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । CPI ର ରାଜ୍ୟ ମୁଖ୍ୟାଳୟ ଭଗବତୀ ଭବନ ରେ ମୁଁ ଯାଇ ତାଙ୍କ ମରଶରୀର କୁ ଶେଷ ସମ୍ମାନ ଜଣାଇଥିଲି । ବିଜେଡି ତରଫରୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ବିଜେଡି ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସ୍ବର୍ଗତ ଦିବାକର ନାୟକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସ୍ବର୍ଗତ ନାୟକ ଙ୍କ ସଙ୍ଗେ ଜନ ଜୀବନ ରେ ବିଭିନ୍ନ ପ୍ରସଙ୍ଗ ଉପରେ ଅନେକ ସମ୍ମିଳିତ ଆନ୍ଦୋଳନ ଆଲୋଚନାରେ ରାଜ୍ୟ କମ୍ୟୁନିଷ୍ଟ ପାର୍ଟିର ଏହି ବରିଷ୍ଠ ନେତାଙ୍କ ସଙ୍ଗେ କାମ କରିଛି । ସ୍ବର୍ଗତ ଦିବାକର ନାୟକଙ୍କ ତିରୋଧାନରେ ଓଡ଼ିଶାରେ ଅବହେଳିତ ସାଧାରଣ ଙ୍କ ପାଇଁ ଥିବା ଏକ ଅଗ୍ରଣୀ ଦୃପ୍ତସ୍ୱର ନିର୍ବାପିତ ହେଲା । 
No Result
View All Result