ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) ନୟାଗଡ଼ :– ନିଖିଳ ସ୍ୱାୟତ୍ତ ଶାସନ -2020 ଅବସରରେ ମା’ ଫାଉଣ୍ଡେସନ୍,ନୟାଗଡ଼ ତରଫରୁ ନୟାଗଡ଼ ପୈ।ର ପରିଷଦ, ୱାର୍ଡ଼ ନଂ-3, ପଠାଣି ସାମନ୍ତ ସଂସ୍କୃତି ଭବନ କାର୍ଯ୍ୟଳୟର ପରିସରରେ ” ‘ସାହି ସବୁଜିମା ‘ କାର୍ଯ୍ୟକ୍ରମ ଅନ୍ତର୍ଗତ 12ଟି ଦେବଦାରୁ ଓ 3 ଟି ବଉଳ ଵୃକ୍ଷ ରୋପଣ କରାଯାଇଛି ।
ଉକ୍ତ କାର୍ଯ୍ୟକ୍ରମକୁ ମା’ ଫାଉଣ୍ଡେସନ୍ ର ସଂପାଦକ ରଂଜନ ରଶ୍ମି ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କଵି ପ୍ରଭାତ ମିଶ୍ର,ସାହିତ୍ୟିକ ତଥା ସଂଯୋଜକ ଗୋପି ସେଠୀ ଓ ଆର୍ଟ ପଏଣ୍ଟ ର ସଂପାଦକ ବିଜୟାନଂନ୍ଦ ମହାପାତ୍ର ଉପସ୍ଥିତ ରହି ଗୋଟିଏ ଲେଖାଏଁ ଵୃକ୍ଷ ରୋପଣ କରିଥିଲେ । (ରିପୋର୍ଟ ରାମ କୃଷ୍ଣ ରଥ)


















