No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜ, ନୟାଗଡ଼ଠାରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ପ୍ରାୟୋଜିତ ବାଳିକାମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ପ୍ରାରମ୍ଭିକ ଭାଷଣ ଦେଇ ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା ଉପସ୍ଥିତ ହୋଇ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିବା ସହ ଉଦବୋଧନ ଦେଇ ଆଧୁନିକ ସମୟରେ ଛାତ୍ରୀମାନେ ଆତ୍ମରକ୍ଷା କୌଶଳ ଶିକ୍ଷା କରି କିପରି ନିଜ ଜୀବନରେ ଉପଯୋଗ କରିପାରିବେ ତଥା ନିଜ ସହ ସମାଜର ଅନ୍ୟମାନଙ୍କୁ ସହାୟତା କରିପାରିବେ, ସେ ବିଷୟରେ ଆଲୋକପାତ କରିଥିଲେ।
ସମ୍ମାନିତ ଅତିଥି ଭାବେ ଲାଠିପଡ଼ା ଗ୍ରାମ୍ୟ କମିଟି ସଭାପତି ଶ୍ରୀ ଭାଗିରଥୀ ସାହୁ ନାରୀ ସୁରକ୍ଷାର ସମାଜରେ ଆବଶ୍ୟକତା ଦୃଷ୍ଟିରୁ ମା’ ମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ନିତାନ୍ତ ଜରୁରୀ ବୋଲି ସୂଚାଇ ଥିଲେ। ପ୍ରଶିକ୍ଷଣ ଶିବିରର ସଂଯୋଜିକା ଶ୍ରୀମତୀ ରୀନାବାଳା ଘଡ଼େଇ ବିବରଣୀ ପାଠ କରିଥିବା ବେଳେ ସହ ସଂଯୋଜିକା ଦୀପିକା ରାଣୀ ତୁରୁକ୍ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରୀ ପ୍ରତିନିଧି ସ୍ବର୍ଣ୍ଣପ୍ରଭା ଗଉଡ଼ୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ମଧୁସ୍ମିତା ମହାପାତ୍ର, ଡକ୍ଟର ଜ୍ୟୋତ୍ସ୍ନାରାଣୀ କରଙ୍କ ସହ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ।
No Result
View All Result