No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନୂଆଗଡ଼ :- ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ପରମ ବୈଷ୍ଣବୀ ମା’ ହାଡ଼ବାଇଙ୍କ ଯାତ୍ରା ମହୋତ୍ସବ ରବିବାର ରାତିରେ ଉଦଘାଟିତ ହୋଇଛି । ଏହି ମହୋତ୍ସବକୁ ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଧାୟକ ଦେବୀ ପ୍ରଶନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ତଥା କଟକ ସଦରରପୂର୍ବତନ ବିଧାୟକ ଚନ୍ଦ୍ର ସାରଥୀ ବେହେରା ଯୋଗ ଦେଇ କହିଲେ ଯେ ,

ଏହି ଯାତ୍ରା ମହୋତ୍ସବ ୧୯୩୩ ମସିହାରୁ ପାଳିତ ହୋଇଆସୁଛି । ନୂଆଗଡ଼ ଗ୍ରାମର ଯୁବକ ମାନେ ନୂତନ ପିଢ଼ିଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ନୃତ୍ୟ ଏବଂ ଅନ୍ୟାନ୍ୟ ପାରଦର୍ଶିତା ଥିବା ପିଲାମାନଙ୍କର ପ୍ରତିଭାକୁ ସମସ୍ତଙ୍କ ସମ୍ମୁଖରେ ଚିହ୍ନଟ କରି ଆଗକୁ ବଢିବା ପାଇଁ ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି କହିଥିଲେ ।

ନୂଆଗଡ଼ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ବିକ୍ରମ କେଶରୀ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଯାତ୍ରା ମହୋତ୍ସବ ଉଦଘାଟନ ଉତ୍ସବରେ ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା , ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ୱାଇଁ , ପୂର୍ବତନ କର୍ପୋରେଟର ପ୍ରମୋଦ ମହାପାତ୍ର , ଯାତ୍ରା ମହୋତ୍ସବର ଚେୟାରମ୍ୟାନ ଶିଶିର କୁମାର ରାଉତରାୟ ,

ସୁଶାନ୍ତ କୁମାର ମହାନ୍ତି , କେଦାର ନାଥ ସିଂ, ଶରତ ଚନ୍ଦ୍ର ସାହୁ ଙ୍କ ସମେତ ମହନ୍ତ ଅଧିକାରୀ ଯୋଗ ଦେଇଥିଲେ । ଗ୍ରାମ୍ୟ କମିଟିର ସଂପାଦକ ସନ୍ତୋଷ କୁମାର ସାମନ୍ତରାୟ ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିଥି ମାନେ ଗତବର୍ଷ ମାଟ୍ରିକରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହିତ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା ।

ସେହି ପରି ଓଡିଶୀ ନୃତ୍ୟ ଏବଂ ଡ୍ୟାନ୍ସରେ ଅଂଶଗ୍ରହଣ କରିଥିବା ପିଲାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସାର୍ଟିପିକେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନୂଆଗଡ଼ ଗ୍ରାମ୍ୟ କମିଟିର ସମସ୍ତ କର୍ମକର୍ତ୍ତା ,ସଭ୍ୟ ଏବଂ ଗ୍ରାମର ଯୁବକମାନେ ସୂଚାରୁ ରୂପେ ପରିଚାଳନା କରିଥିଲେ । ଶେଷରେ ରାତି ୧୨ ଟାରେ ଅପେରା ପରିବେଷଣ କରାଯାଇଥିଲା । ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଜନସାଧାରଣ ଯୋଗଦେଇଥିଲେ ।
No Result
View All Result