No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍ ) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଭୂଗୋଳ ବିଭାଗ ଆନୁକୁଲ୍ୟରେ + ୩ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ବିଭାଗ ଆନୁକଲ୍ୟରେ ବିଭିନ୍ନ ମାସରେ ଆଲୋଚନାଚକ୍ର ଓ ବାଙ୍କୀର ଭୌଗୋଳିକ ପରିସ୍ଥିତି ଉପରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିବା ପାଇଁ ସଦାବେଳେ ବିଭାଗ ତରଫରୁ କାର୍ଯ୍ୟକ୍ରମ କରାଯାଉଛି । ବିଦାୟକାଳୀନ ଉତ୍ସବରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅରିଜିତ ମିଶ୍ର ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବରେ ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଏହି ବିିଭାଗର ଛାତ୍ରଛାତ୍ରୀମାନେ ସଦାବେଳେ ଶୃଙ୍ଖଳିତ ଓ ଭଲ ପାଠ ପଢ଼ି ସୁନାମ ଅର୍ଜନ କରିଛନ୍ତି ବୋଲି କହିଥିଲେ ।
ଭୂଗୋଳ ପାଠ ଦ୍ୱାରା ଛାତ୍ରଛାତ୍ରୀମାନେ ସାଧାରଣଜ୍ଞାନ ଲାଭ କରିବା ସହିତ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବା ସହଜ ବୋଲି ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଭାବରେ ଡକ୍ଟର ଅଭିମନ୍ୟୁ ରଣା ଯୋଗଦାନ କରି ଭାରତର ଐତିହ୍ୟ ଓ ସଂସ୍କୃତି ସହ ଭୌଗଳିକ ପରିସୀମା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ + ୩ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପକ ମିଶ୍ର ବିଭାଗର ଗାରିମାମୟ ଐତିହ୍ୟ ସଂପର୍କରେ ଆଲୋଚନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

No Result
View All Result