ଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ବାମ ପାର୍ଶ୍ଵ ଭାଣପୁର ଠାରେ ଥିବା ଜ୍ୟୋସ୍ନା ବିହାର ଡେଭଲ୍ପମେଣ୍ଟ ସୋସାଇଟି ପକ୍ଷରୁ ରବିବାର ଦିନ ଏକ ଦିବସୀୟ ଜ୍ୟୋସ୍ନା ବିହାର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚକୁ ଜ୍ୟୋସ୍ନା ବିହାର ଡେଭଲ୍ପମେଣ୍ଟ ସୋସାଇଟିର ସଭାପତି ସମାଜସବୀ ପ୍ରଭାତ କୁମାର ନନ୍ଦ ଫିତା କାଟି ଉଦଘାଟନ କରିଥିଲେ । ସୋସାଇଟିର ସଂପାଦକ ଭାଗିରଥି ରାଉତ , ସିଏମସି ୫୮ ନମ୍ବର ୱ।ର୍ଡ଼ କଂଗ୍ରେସ ସଭାପତି ଶରତ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ବର୍ତ୍ତମାନ ଗ୍ରାମ ଠାରୁ ସହର ଏବଂ ରାଜ୍ୟ ଠାରୁ ଦେଶ ବିଦେଶରେ କ୍ରିକେଟ ଖେଳପ୍ରତି ପିଲାଙ୍କ ଠାରୁ ବୟସ୍କ ଲୋକଙ୍କ ମଧ୍ୟରେ କ୍ରିକେଟ ଖେଳ ପ୍ରତି ଆଗ୍ରହ ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । କ୍ରିକେଟ ଖେଳ ପ୍ରତି ରୁଚି ରଖୁଥିବା ଖେଳାଳୀ ମାନେ ନିଷ୍ଠା ଏବଂ ଏକାଗ୍ରତା ମନୋଭାବ ନେଇ ଖେଳିଲେ ଆଗକୁ ବଢ଼ିବା ସହିତ ସଫଳତା ହାସଲ କରିପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

















