No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ସୌର ବ୍ରାହ୍ମଣ ସମାଜ ର ବାର୍ଷିକ ସଭା ଇଟାମାଟି ନିକଟସ୍ଥ ପ୍ରତାପପ୍ରସାଦ ଭୈରବୀ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଅଛି । ସୌର ବ୍ରାହ୍ମଣ ସମାଜର ସଭାପତି ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ନାୟକଙ୍କର ସଭାକାର୍ଯ୍ୟ ଆରମ୍ଭ ହୋଇ ଥିଲା ଉକ୍ତ ସଭା ରେ ରାଜ୍ୟ ଶାକଦ୍ଵୀପି ଦୈବଜ୍ଞ ବ୍ରାହ୍ମଣ ମହାସଂଘ ର କାର୍ଯ୍ୟକାରୀ ସଭାପତି ପଣ୍ଡିତ ଶ୍ରୀ ପ୍ରେମାନନ୍ଦ ସେନାପତି, ରାଜ୍ୟ ଦୈବଜ୍ଞ ମହାସଙ୍ଗର ସମ୍ପାଦକ ପଣ୍ଡିତ ଶ୍ରୀ ରମାକାନ୍ତ ମହାପାତ୍ର, ରାଜ୍ୟ ମହାସଂଘର ଲୋକସମ୍ପର୍କ ସମ୍ପାଦକ ପଣ୍ଡିତ ଶ୍ରୀ ସନ୍ତୋଷ କୁମାର ମହାପାତ୍ର,ଖୋର୍ଦ୍ଧା ଜିଲ୍ଲା ବାଣପୁରର ମଣ୍ଡଳର ସଭାପତି ତଥା ବରିଷ୍ଟ ଜୌତ୍ରିବିତ ପଣ୍ଡିତ ଶ୍ରୀ ନୃସିଂହ ଚରଣ ଆଚାର୍ଯ୍ୟ ଅତିଥି ଭାବେ ସଭାରେ ଯୋଗ ଦେଇଥିଲେ।
ଆମ୍ଭ ନୟାଗଡ଼ ସୌର ବ୍ରାହ୍ମଣ ସମାଜର ସମ୍ପାଦକ ଶ୍ରୀ ରତ୍ନାକର ନାୟକ ବିବରଣୀ ପାଠ କରିଥିଲେ, ଆମ ସଂଘ ର ଉପଦ୍ରଷ୍ଟା ପଣ୍ଡିତ ଶ୍ରୀ ମନୋଜ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିଲେ, ଆମ ସୌର ବ୍ରାହ୍ମଣ ସମାଜ ପକ୍ଷରୁ ୪ଜଣଙ୍କୁ ମେଧା ସମ୍ମାନ କରାଯାଇଥିଲା ଏବଂ ୩୨ ଜଣ ଜ୍ୟୋତ୍ରିବିତ୍ତଙ୍କୁ “ଜ୍ୟୋତିଷ ରତ୍ନ” ସମ୍ମାନ କରାଯାଇଥିଲା । କବିତା ନାୟକ, କଳ୍ପତର ଦାଶ , ସୈମ୍ୟରଞ୍ଜନ ଗ୍ରହାଚାର୍ଯ୍ୟ ଓ ବିଭୁତି ଭୁଷଣ ଯୋଶୀ ଙ୍କୁ ମେଧା ସମ୍ମାନ କରାଯାଉଥିଲା ଏବଂ ପଣ୍ଡିତ ଶ୍ରୀ ନିରଞ୍ଜନ ନାୟକ, ପଣ୍ଡିତ ଶ୍ରୀ ମନୋଜ କୁମାର ନାୟକ,ଶ୍ରୀ ବିଜୟ କୁମାର ମହାପାତ୍ର,
ଶ୍ରୀ ସଦାଶିବ ନାୟକ, ଶ୍ରୀ କୁମୁଦ କୁମାର ନାୟକ,ଶ୍ରୀପ୍ରଫୁଲ ଚନ୍ଦ୍ର ନାୟକ,ଶ୍ରୀ ଗଣନାଥ ନାୟକ,ଶ୍ରୀ ଶୁଭମ ରଞ୍ଜନ ନାୟକ, ଶ୍ରୀ ଦୁଃଖି ଶ୍ୟାମ ଖଡିରତ୍ନ,ଶ୍ରୀ କୁମର ନାୟକ, ଶ୍ରୀ ଦୟାନିଧି ନାୟକ, ଶ୍ରୀ ସୁବାସ ଚନ୍ଦ୍ର ଗ୍ରହାଚାର୍ଯ୍ୟ, ଶ୍ରୀ ସୁବଳ ଚରଣ ନାୟକ,ଶ୍ରୀ ଲକ୍ଷ୍ମୀଧର ନାୟକ, ଶ୍ରୀ ରଙ୍କନିଧି ନାୟକ,ଶ୍ରୀ ଆଦିତ୍ୟ କୁମାର ଦାଶ, ଶ୍ରୀ ବାଇଧର ନାୟକ, ଶ୍ରୀ ଗଦାଧର ନାୟକ,ଶ୍ରୀ ଧନେଶ୍ୱର ନାୟକ, ଶ୍ରୀରମେଶ କୁମାର ନାୟକଙ୍କୁ, “ଜ୍ୟୋତିଷରତ୍ନ “ରେ ସମ୍ମାନ କରାଯାଇଥିଲା। ଚଳିତବର୍ଷ ଆମ ସୌର ବ୍ରାହ୍ମଣ ସମାଜ ପକ୍ଷରୁ ସମୂହ ବ୍ରତୋପନୟନ କରାଯିବ ଏବଂ ବେଦାଙ୍ଗ ପାଠଶାଳା ଆରମ୍ଭ କରାଯାଇ ନୂତନ ଯୁବପୀଢି ସହ ସମସ୍ତଙ୍କୁ ବେଦ,କର୍ମକାଣ୍ଡ ଉପରେ ଶିକ୍ଷାଦାନ କରାଯିବ ବୋଲି ନିଷ୍ପତି କରାଯାଇଅଛି। ଆମ ସୌର ବ୍ରାହ୍ମଣ ସମାଜର ଉପସଭାପତି ଶ୍ରୀ ରଶ୍ମିରଞ୍ଜନ ନାୟକ ଧନ୍ୟବାଦ ଦେଇଥିଲେ।

No Result
View All Result