• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୟାଗଡ ଜିଲ୍ଲା କଣ୍ଟିଲୋ ଠାରେ ‘‘ଭାରତ ବିଶ୍ୱାବସୁ ଶବର ସମାଜ’’ ପ୍ରତିଷ୍ଠା ଦିବସ ଉପଲକ୍ଷେ – ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

Proprietor Abhimanyu Maharana by Proprietor Abhimanyu Maharana
March 25, 2025
in ଓଡ଼ିଶା, ନୟାଗଡ଼ ନିଉଜ୍, ମହାନଗର, ହୋମ୍
0
ନୟାଗଡ ଜିଲ୍ଲା କଣ୍ଟିଲୋ ଠାରେ ‘‘ଭାରତ ବିଶ୍ୱାବସୁ ଶବର ସମାଜ’’ ପ୍ରତିଷ୍ଠା ଦିବସ ଉପଲକ୍ଷେ – ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ
Share on FacebookShare on TwitterWhatsapp

ନୟାଗଡ ଜିଲ୍ଲା  (ଓଡ଼ିଶା ତାଜା ନ୍ୟୁଜ୍) କଣ୍ଟିଲୋ :- ଏହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ମାନ୍ୟବର ବିଧାୟକ, ଖଣ୍ଡପଡା, ଶ୍ରୀ ଦୁଷ୍ମନ୍ତ କୁମାର ସ୍ଵାଇଁ, ମାନ୍ୟବର ବିଧାୟକ, ବଡମ୍ବା, ଶ୍ରୀ ବିଜୟ କୁମାର ଦଳବେହେରା ଏବଂ ଭାରତୀୟ ବିଶ୍ୱାବସୁ ଶବର ସମାଜ ଫାଉଣ୍ଡେସନର ସଭାପତି ଏବଂ ସମ୍ପାଦକ ପ୍ରମୁଖ ଅଭିଭାଷଣ ରଖିଥିଲେ ।

ମୁଁ ଆଜି ‘‘ଭାରତ ବିଶ୍ୱାବସୁ ଶବର ସମାଜ’’ ର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏହି ସଭାରେ ଯୋଗ ଦେଇ ଅତ୍ୟନ୍ତ ଆନନ୍ଦିତ। ପ୍ରଭୁ ନୀଳମାଧବଙ୍କର ଏହି ପୁଣ୍ୟପୀଠକୁ ଆସିବା ମୋର ସୌଭାଗ୍ୟ ବୋଲି ମନେ କରୁଛି। ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପ୍ରଭୁ ନୀଳମାଧବଙ୍କ ପାଦପଦ୍ମରେ ପ୍ରଣାମ କରୁଛି । ଆମ ଓଡିଶାର କଂସା ବାସନ ଓ ହସ୍ତଶିଳ୍ପ ପାଇଁ ପ୍ରସିଦ୍ଧ ଏଇ କଣ୍ଟିଲୋ ମାଟିରେ ଆଜି ମହାମହିମ ରାଷ୍ଟ୍ରପତି ମହୋଦୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀଙ୍କର ଆଗମନ, ଏହି ସମାରୋହକୁ ଆହୁରି ଭବ୍ୟ ଏବଂ ସୁରମ୍ୟ କରିଦେଇଛି।

ଆଜି ଆମେ ଧନ୍ୟ, କାରଣ ମହାମହିମ ନିଜର ସମସ୍ତ ବ୍ୟସ୍ତ ବହୁଳ ଓ କାର୍ଯ୍ୟବହୁଳ ସମୟରୁ ସମୟ କାଢି ନିଜ ରାଜ୍ୟକୁ ଆସିଛନ୍ତି ଏବଂ ଭାରତୀୟ ବିଶ୍ୱାବସୁ ଶବର ସମାଜ ପ୍ରତିଷ୍ଠା ଦିବସର ଉଦ୍ଘାଟନ କରିଛନ୍ତି । ଭାରତର ସର୍ବୋଚ୍ଚ ଶାସନକର୍ତ୍ତା ହୋଇ ମଧ୍ୟ ନିଜ ମାଟି ପ୍ରତି ଭଲ ପାଇବା, ଆବିଳତାକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ । ବନ୍ଧୁଗଣ! ଆଦିମ ଜନଜାତି ଶବର, ବନବାସୀ ସଂପ୍ରଦାୟ ଓଡ଼ିଶାର ପ୍ରାଚୀନ ଅଧିବାସୀ।

ମହାନଦୀ ଅବବାହିକାର ଉର୍ବର ମୃତ୍ତିକା ଓ ଚାରଣ ଭୂମି ସହିତ ବଣପାହାଡ଼ ଘେରା ଅଞ୍ଚଳ ଏହି ଆଦିମ ସଂପ୍ରଦାୟକୁ ବସତି ସ୍ଥାପନରେ ସହାୟକ ହୋଇଆସିଛି । ଏହି ସଂପ୍ରଦାୟର ମୁଖ୍ୟ ଆଧାର ହେଉଛନ୍ତି କିମ୍ବଦନ୍ତୀ ଓ ପୁରାଣରେ ବର୍ଣ୍ଣିତ “ଶବର ରାଜା ବିଶ୍ୱାବସୁ”। ପୁରାଣ କହେ, ଶବର ରାଜା ବିଶ୍ୱାବସୁ ଏହି ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଅଞ୍ଚଳର ଅଧିବାସୀ ଥିଲେ । ସ୍କନ୍ଧ ପୁରାଣ, ବ୍ରହ୍ମ ପୁରାଣ ଓ ଅନ୍ୟ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଶ୍ରୀଜଗନ୍ନାଥ ପ୍ରକୃତରେ ନୀଳମାଧବ ନାମରେ ବିଶ୍ୱାବସୁଙ୍କ ଦ୍ୱାରା ଜଙ୍ଗଲରେ ଗୋଟିଏ ଗୁମ୍ଫାରେ ଲୁକ୍କାୟିତ ଭାବେ ପୂଜା ପାଉଥିଲେ ।

ପରଂବ୍ରହ୍ମ ଶ୍ରୀ ନୀଳମାଧବ, ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ଦେହବସାନ ପରେ କଳିଯୁଗର ପ୍ରାରମ୍ଭରେ ନୀଳକାନ୍ତମଣି ସଦୃଶ୍ୟ ଶରୀର ଧାରଣ କରିଥିଲେ। କୁହାଯାଏ ଯେ ରାଜା ବିଶ୍ୱାବସୁ ହିଁ କେବଳ ନର ଦେହରେ ଥାଇ ଶ୍ରୀ ନୀଳମାଧବଙ୍କ ସେବା ପୂଜା କରିବାର ଅଧିକାର ଲାଭ କରିଥିଲେ। ନୀଳମାଧବଙ୍କ ପ୍ରିୟ ଭକ୍ତ ବିଶ୍ୱାବସୁ ପ୍ରତିଦିନ ପ୍ରଭୁଙ୍କ ପୂଜାର୍ଚ୍ଚନା ସହ ଶବର ରାଜ୍ୟକୁ ଶାସନ କରୁଥିଲେ। ସ୍କନ୍ଦପୁରାଣ ଅନୁସାରେ, ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳମାଧବଙ୍କୁ ଆଣିବା ପାଇଁ ବିଦ୍ୟାପତିଙ୍କୁ ନିୟୋଜିତ କରିଥିଲେ ।

ବିଶ୍ୱାବସୁ-ବିଦ୍ୟାପତି-ଲଳିତା ଉପାଖ୍ୟାନ ଆମେମାନେ ସମସ୍ତେ ଜାଣିଛନ୍ତି। ଲଳିତା ଆମ ପରି ଜଣେ ଆଦିବାସୀ ଝିଅ ଥିଲେ। ଯାହାଙ୍କର ତ୍ୟାଗ, ଶ୍ରଦ୍ଧା ଓ ଭଲ ପାଇବା ଆଗରେ ସମଗ୍ର ଜଗନ୍ନାଥ ସଂସ୍କୃତି ନତମସ୍ତକ ହୁଏ। ଯିଏ ଜଗନ୍ନାଥଙ୍କୁ ନିଜର ଆତ୍ମା ଭଳି ଗ୍ରହଣ କରି, ନିଜର ସର୍ବସ୍ଵ ତ୍ୟାଗ କରିଦେଇଥିଲେ। ଆଜି ମଧ୍ୟ ଜଗନ୍ନାଥଙ୍କ ମନ୍ଦିରରେ ଲଳିତା-ବିଦ୍ୟାପତିଙ୍କ ବଂଶଧର ‘‘ଦଇତାପତି’’ ମାନେ ଜଗନ୍ନାଥଙ୍କ ମୁଖ୍ୟ ସେବକ ରୂପେ ସେବା ଯୋଗାଇ ଆସୁଛନ୍ତି।

ଉତ୍କଳର ଗଣଦେବତା ଶ୍ରୀଜଗନ୍ନାଥ ଯେ ସ୍ୱୟଂ ନୀଳମାଧବ ଓ ଜଗନ୍ନାଥ ସଂସ୍କୃତିର ଅନ୍ତଃକରଣରେ ଶାବର ସଂସ୍କୃତିର ପ୍ରଭାବ ରହିଛି; ଏହା ନିଃସନ୍ଦେହ। ସର୍ବଧର୍ମ ସମନ୍ଵୟର ସଂସ୍କୃତି- ଜଗନ୍ନାଥ ସଂସ୍କୃତିର ମୂଳପିଣ୍ଡ ହେଉଛନ୍ତି ପ୍ରଭୁ ନୀଳମାଧବ। ବନ୍ଧୁଗଣ, ଏହି ପ୍ରତିଷ୍ଠା ଦିବସକୁ ମୁଁ ଅତିଥି ହିସାବରେ ନୁହେଁ, ବରଂ ଆପଣମାନଙ୍କ ଭିତରୁ ଜଣେ ହୋଇ ଆସିଛି। ଏହି ଉତ୍ସବ ଆମ ଐତିହ୍ୟ, ପରମ୍ପରା ଓ ଭାବାବେଗ ସହ ଜଡ଼ିତ ‌ବୋଲି ମୁଁ ଅନୁଭବ କରେ ।

ସର୍ବଧର୍ମର ସମନ୍ୱୟ କ୍ଷେତ୍ର ଭାବେ ନୟାଗଡ ଜିଲ୍ଲା ପ୍ରସିଦ୍ଧି ଲାଭ କରିଛି। ଓଡ଼ଗାଁର ରଘୁନାଥ ଜୀଉଙ୍କଠାରୁ ଆରମ୍ଭ କରି ଶରଣକୁଳର ଲଡ଼ୁବାବାଙ୍କ ପର୍ଯ୍ୟନ୍ତ ଏବଂ ମା’ ଦକ୍ଷିଣକାଳୀଙ୍କଠାରୁ ଆରମ୍ଭ କରି ନୀଳମାଧବଙ୍କ ପର୍ଯ୍ୟନ୍ତ‌; ବୈଷ୍ଣବ, ଶୈବ, ଶାକ୍ତ ଧର୍ମର ନିଦର୍ଶନ ଏହିଠାରେ ଦେଖିବାକୁ ମିଳେ। ବନ୍ଧୁଗଣ! ଜନଜାତି ଭାଇ ଭଉଣୀ ମାନଙ୍କ ପାଇଁ ଆମ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ସେଗୁଡ଼ିକର ସଫଳ ରୂପାୟନରେ ଆପଣ ସମସ୍ତଙ୍କ ଯୋଗଦାନ ରହିବ ବୋଲି ମୋର ଆଶା ଓ ବିଶ୍ଵାସ। ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ‘ଧର୍‌ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା’ ଅଧୀନରେ ଅନେକ କଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନର ମୂଳ ଲକ୍ଷ୍ୟ ରହିଛି ଜନଜାତି ସମ୍ପ୍ରଦାୟଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ଜୀବନ ଜୀବିକା ଓ ଭିତ୍ତିଭୂମି କ୍ଷେତ୍ରରେ ରହିଥିବା ତାରତମ୍ୟକୁ ଦୂରକରି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ।

ଓଡିଶାର ୨୭ଟି ଜିଲ୍ଲାର ୭ ହଜାର ୬ ଶହ ୬୭ଟି ଗ୍ରାମକୁ ଏହି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଛି । ଆମ ସରକାର ଜନଜାତି ସମ୍ପ୍ରଦାୟଙ୍କ ଉଚ୍ଚ ପରମ୍ପରା ଓ ଐତିହ୍ୟର ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଛନ୍ତି। ଜଙ୍ଗଲ ଜମି ଅଧିକାର ପ୍ରଦାନ ବଳରେ ସେମାନଙ୍କୁ ସଶକ୍ତ କରାଯାଉଛି। ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଜଙ୍ଗଲ ଜମି ଅଧିକାର ଆଇନ୍ ବଳରେ ରାଜ୍ୟର ୮ଟି ବିଶେଷ ଅନୁନ୍ନତ ଜନଜାତି ବା PVTG ବର୍ଗଙ୍କୁ ବସବାସର ଅଧିକାର ବା Habitat Rights ଦେଇ ଓଡିଶା ଉଲ୍ଲେଖନୀୟ କୃତିତ୍ବ ହାସଲ କରି ସର୍ବ ଭାରତୀୟ ସ୍ତରରେ ରେକର୍ଡ କରିଛି।

ଆମ ସରକାର ନିର୍ଦ୍ଦିଷ୍ଟ ସମୟ ଅବଧି ଭିତରେ ଜନଜାତି ସମ୍ପ୍ରଦାୟଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ କରିବା ପାଇଁ ପ୍ରତିବଦ୍ଧତାର ସହିତ କାମ କରୁଛନ୍ତି। ଆଦିବାସୀ ମାନଙ୍କ ସାମଗ୍ରିକ ବିକାଶ ଉପରେ ଆମ ସରକାର ଗୁରୁତ୍ବ ଦେଉଛନ୍ତି। ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଡ୍ରପ୍ ଆଉଟ୍ ହାର ରୋକିବା ପାଇଁ ଆମ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା’ ପ୍ରଣୟନ କରାଯାଇଛି ।

ମା’ ଓ ଭଉଣୀମାନଙ୍କ ପାଇଁ ‘‘ସୁଭଦ୍ରା’’ ଯୋଜନାଠାରୁ ଆରମ୍ଭ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପର୍ଯ୍ୟନ୍ତ, ନାରୀ ସଶକ୍ତୀକରଣରୁ କୃଷକ ସମୃଦ୍ଧି ପର୍ଯ୍ୟନ୍ତ; ସମସ୍ତ ଦିଗକୁ ଧ୍ୟାନର ସହ ରଖି ଆମେ ଆଗକୁ ବଢୁଛୁ । ଆମେ ଚେଷ୍ଟା କରୁଛୁ, ଜନଜାତି ଭାଇଭଉଣୀମାନେ କିଭଳି ସ୍ୱାଭିମାନର ସହ ଆତ୍ମନିର୍ଭରଶୀଳ ହୋଇ ବଞ୍ଚିପାରିବେ। ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବାର୍ତ୍ତା,

‘ସବକା ସାଥ୍‌ସବ୍‌କା ବିଶ୍ଵାସ-ସବ୍‌କା ପ୍ରୟାସ’ର ନାରା ଆମକୁ ଏହି ଦିଗରେ ଅଭିମନ୍ତ୍ରିତ କରୁଛି। ବନ୍ଧୁଗଣ! ଆମ ସରକାରର ପ୍ରଚେଷ୍ଟା, କେବଳ କୃଷି, ଶିଳ୍ପର ବିକାଶ ନୁହେଁ, ବରଂ ଓଡ଼ିଆ ଅସ୍ମିତାର ପରିଚୟ ଆମ ସଂସ୍କୃତି, ଐତିହ୍ୟ ଓ ସମୃଦ୍ଧ ପରମ୍ପରାର ଉନ୍ନତି ସାଧନ କରିବା ଉପରେ ମଧ୍ୟ ଆମେ ସମାନ ରୂପରେ ଗୁରୁତ୍ଵ ଦେଉଛୁ । ଏହି ‘‘ଭାରତ ବିଶ୍ୱାବସୁ ଶବର ସମାଜ’’ର ପ୍ରତିଷ୍ଠା ଦିବସରେ ମୁଁ ଏହି କଥା କହିବାକୁ ଚାହେଁ ଯେ, ଆମ ଜନଜାତି ଭାଇ ଭଉଣୀମାନେ ଆମ ବିକାଶର ବାର୍ତ୍ତାବହ ହେବେ।

ଏହି ଅନୁଷ୍ଠାନ ଓ ଏ ଅଞ୍ଚଳର ବିକାଶ କରାଯିବ । ଆମ ନୂତନ ସରକାର ଆସିବା ପରେ ଏହି ଅଞ୍ଚଳର ବିକାଶ ପାଇଁ ଅର୍ଥ ପ୍ରଦାନ କରାଯାଉଛି । ଏଠାରେ ଥିବା ପଠାଣି ସାମନ୍ତ ପ୍ଲାନେଟୋରିଅମ ପାଇଁ ୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ସାଇନ୍ସ ପାର୍କ ଏବଂ ସାଇନନ୍ସ ସେଣ୍ଟର ପାଇଁ ୬ କୋଟି ଟଙ୍କା, ପଠାଣି ସାମନ୍ତ ସ୍ମୃତି ପୀଠ ପାଇଁ ମଧ୍ୟ ୨ କୋଟି ଟଙ୍କା ଦିଆଯାଇଛି ।

ଏହି ଅଞ୍ଚଳରେ ଏସିଆର ସର୍ବବୃହତ୍ତ ଉଷ୍ମପ୍ରସବଣ କେନ୍ଦ୍ର ପାଇଁ ମଧ୍ୟ ୨ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ସେହିପରି ମନ୍ଦିର ପରିଚାଳନା କମିଟି ପକ୍ଷରୁ ମୋତେ ଅନେକ ଦାବି ଉପସ୍ଥାପନ କରାଯାଇଛି, ଯେପରିକି ମନ୍ଦିର ବାର୍ଷିକ ପରିଚାଳନା ପାଇଁ ଆର୍ଥିକ ବ୍ୟବସ୍ଥା, ଏକ ସ୍ୱତନ୍ତ୍ର କର୍ପସ ଫଣ୍ଡ ଏବଂ ଅନ୍ୟାନ୍ୟ ଦାବି ରଖାଯାଇଛି । ପୂର୍ବ ସରକାର ୨୦୨୨ ମସିହାରେ ଯେଉଁ ୧୦୦ କୋଟି ଟଙ୍କା ପ୍ରଦାନ କରିଥିଲେ ଉକ୍ତ କାମ ଆଗେଇ ପାରିନାହିଁ ।

ଏହି ଅଞ୍ଚଳ କିପରି ଦେଶୠ ଟୁରୁଜିମ ମାନଚିତ୍ରରେ ସ୍ଥାନ ପାଇବ ସେଥିନେଇ ଆମର ଉଦ୍ୟମ ଜାରି ରହିବ । ମନ୍ଦିରର ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ପରିଚାଳନା ପାଇଁ ଟଙ୍କାର ଅଭାବ ରହିବ ନାହିଁ । ଜିଲ୍ଲାପାଳଙ୍କୁ ମଧ୍ୟ ପୁନର୍ବାର ଏକ DPR ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି, ଏହି ନୀଳମାଧବ କ୍ଷେତ୍ରକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଏବଂ ଆଧ୍ୟାତ୍ମିକ, ଧାର୍ମିକ ସ୍ଥଳ କରିବା ପାଇଁ ଯାହା ଆବଶ୍ୟକ ହେବ ଆମ ସରକାର ଆଗାମୀ ଦିନରେ ସବୁ କରିବେ ।

ଆସନ୍ତୁ, ଆମେ ମିଳିମିଶି ଏକ ସୁସ୍ଥ ସମାଜ, ସୁସ୍ଥ ପରିବେଶ, ସୁଖୀ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଶପଥ ନେବା । ଆମ ଐତିହ୍ୟ, ପରମ୍ପରା ପ୍ରତି ସମ୍ମାନ ଦେବା ତାହାହେଲେ ଯାଇ ଏକ ସୁସ୍ଥ ସୁନ୍ଦର ପରିବେଶ ଓ ଏକ ସୁସ୍ଥ ସମାଜ ତିଆରି କରିପାରିବା । ପରିଶେଷରେ ପ୍ରଭୁ ନୀଳମାଧବଙ୍କ ଉଦ୍ଦେଶ୍ୟରେ ମୁଁ କହିବାକୁ ଚାହେଁ ଯେ, “ନୀଳାଦ୍ରି ଶିଖରାସୀନଂ ନମାମି ନୀଳମାଧବମ୍, ପ୍ରଣତାତ୍ରି ହରଂ ଦେବଂ ଶରଣାଗତ ରକ୍ଷକମ୍” l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

May 7, 2026
ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

May 7, 2026
ଏସ୍‌ବିଆଇ ତରଫରୁ ଏସ୍‌ସିବିର ମେଧାବୀ ଛାତ୍ରଛାତ୍ରୀଙ୍କୁ ଟାବଲେଟ୍ ପ୍ରଦାନ

ଏସ୍‌ବିଆଇ ତରଫରୁ ଏସ୍‌ସିବିର ମେଧାବୀ ଛାତ୍ରଛାତ୍ରୀଙ୍କୁ ଟାବଲେଟ୍ ପ୍ରଦାନ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version