No Result
View All Result
୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡି ର ବଳ ଭାଙ୍ଗିବାରେ ଲାଗିଛି।ପାରଳାଖେମୁଣ୍ଡି ବିଧାୟକଙ୍କ କର୍ମୀ ମାନଙ୍କ ପ୍ରତି ଅବହେଳା ଓ ଅହଙ୍କାର ମନୋଭାବ ଯୋଗୁ କାଶୀନଗର ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ବୁଦୂରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ହେମଲତା ମିଶାଲ ଙ୍କ ସମେତ ସୋଷାଇଟ ପ୍ରେସିଡେଣ୍ଟ ଏ.ମନ୍ମଥ ରାଓ ଏବଂ କେତେକ ଆଗ ଧାଡ଼ିର ନେତା,
ବିଜେଡି କାଶୀନଗର ୟୁଥ୍ ପ୍ରେସିଡେଣ୍ଟ ଏ. ରାମକୃଷ୍ଣ ଙ୍କ ସମେତ ୩୦୦ ସହ ରୁ ଅଧିକ ବିଜେଡି କର୍ମୀ ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପି ଜିଲ୍ଲା ସଭାପତି ଶ୍ରୀ ନବକିଶୋର ଶବର , ପୂର୍ବତନ ଶ୍ରୀ ବିଧାୟକ କେ.ନାରାୟଣ ରାଓ ଙ୍କ ଉପସ୍ଥିତି ରେ ବିଧିବଦ୍ଧ ଭାବେ ବିଜେପି ରେ ଯୋଗ ଦେଇଥିଲେ ।
ବର୍ତ୍ତମାନ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡିର ଗଡ଼ କୁହାଯାଉଥିବା ବେଳେ ତାହା ଗତ ନିର୍ବାଚନ ରେ ବିଜେଡିସରକାର ର ପରାଜୟ ପରେ ଦଳୀୟ କର୍ମୀ ଓ ନେତା ମଧ୍ୟରେ ବିଜେଡି ଉପରେ ଭରଷା ମୌଳିବାରେ ଲାଗିଛି ଓ ବିଜେଡି ର ଗଡ଼ ଭାଙ୍ଗିବାରେ ଲାଗିଛି ସେପଟେ ବିଜେପିନିଜ ଦଳକୁ ଶକ୍ତ ହୋଇ ମୋଜବୁତ କରିବାରେ କୌଣସି କସରତ ଛାଡ଼ୁନି l ତେଵେ ଏ ନେଇ ଏକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ଏବଂ ଏକ ପ୍ରେସ ବିଜ୍ଞପ୍ତି କରି ସୂଚନା ପ୍ରଦାନ କରାଯାଇଥିଲା l
No Result
View All Result