No Result
View All Result
୧୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳ ବନ୍ଧ ମଣ୍ଡପ ଠାରେ ଦୀର୍ଘ ଛଅ ଦିନ ବ୍ୟାପି ଦୋଳତ୍ସଵ ୧୦.୦୩.୨୫ ଠାରୁ ତ :୧୫.୦୩.୨୫ ସ୍ଥାନୀୟ ଦୋଳ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ସାରିଛି। ୧୩.୦୩.୨୫ ମଘାପୋଡ଼ି ଅବସରରେ ଉପାନ୍ତପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ର ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଯୋଗଦେଇଥିଲେ।ସେହିପରି ୧୪.୦୩.୨୫.ଦୋଳ ପୂର୍ଣ୍ଣିମା ଅବସରରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ,
ଜିଲ୍ଲାପାଳ ବିଜୟ କୁମାର ଦାଶ,ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଯୋଗ ଦେଇଥିଲେ। ଏହି ପରମ୍ପରାକୁ ସର୍ବଦା ଉଜ୍ଜୀବିତ ରଖିବାକୁ ହେଲେ ଏ କ୍ଷେତ୍ରରେ ଯୁବ ପିଢୀଙ୍କ ଆନ୍ତରିକ ସ୍ପୃହା ନିତାନ୍ତ ଆବଶ୍ୟକବୋଲି ବକ୍ତା ମାନେ କହିଥିଲେ । ପ୍ରତି ସନ୍ଧ୍ୟାରେ ପୁଜା ପାର୍ବଣ, ଶୋଭା ଯାତ୍ରା ସହ ନୃତ୍ୟ,ଗୀତ,ସଙ୍ଗୀତ, ପ୍ରବଚନ, ଭଜନ,ସଙ୍କୀର୍ତ୍ତନ ପରିବେଷଣ କରାଯାଇଥିଲା ।
ଉତ୍କ ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ମଙ୍ଗଳା ପଟ୍ଟନାୟକ ଦେବେନ୍ଦ୍ର ମିଶ୍ର,ରାଜେନ୍ଦ୍ର ବେହେରା,ଶରତ ପାଣିଗ୍ରାହୀ,ଦୀନବନ୍ଧୁ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଚିତ୍ରାନନ୍ଦ ବେବର୍ତ୍ତା, ଭାରତ ଭୂଷଣ ମହାନ୍ତି, ଶୁଭ୍ରୁlଶୁ ଶେଖର ପଟ୍ଟନାୟକ,ପ୍ରଶାନ୍ତ ନାୟକ, ରାଜେନ୍ଦ୍ର ରଥ ଶୁଭେନ୍ଦୁ ମୋହନ ସେନାପତି,ବିଷ୍ଣୁପ୍ରିୟା ଜେନା, ଅରୁପାଞ୍ଜଳି ମହାନ୍ତି, ସ୍ନିଗ୍ଧା ମିଶ୍ର ପ୍ରଭୃତି ସହଯୋଗ କରିଥିଲେ l

No Result
View All Result