No Result
View All Result
୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ମାହାଙ୍ଗା :- ମାହାଙ୍ଗା ବ୍ଲକ ରେ ଏବେ ବିଧାୟକ ସାରଦା ପ୍ରଧାନଙ୍କ ସମର୍ଥକ ମାନେ ସବୁ ସୀମା ପାର କରିଛନ୍ତି। ମହିଳା ଦିବସରେ ମହିଳା ସମିତି ସଭ୍ୟାଙ୍କୁ ଘରେ ପଶି କରିଛନ୍ତି ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ବିଧାୟକ ଚାପରେ ପୁଲିସ ଗିରଫ କରୁନଥିବା କହିଛନ୍ତି ପୀଡିତା ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ରାଉତ, ତାଙ୍କ ଜୀବନ ପ୍ରତି ବିପଦ ଥିବା ଓ ପୁଲିସ ସୁରକ୍ଷା ଦେବାରେ ବିଫଳ ଅଭିଯୋଗ କରି ଆଜି ସନ୍ଧ୍ୟାରେ ଭଦରେଶ୍ୱର ଥାନା ପରିସରରେ ମାହାଙ୍ଗାର ବହୁ ଜନ ପ୍ରତିନିଧିଙ୍କ ସହ ନ୍ୟାୟ ପାଇଁ ବସିଛନ୍ତି ସୋନାଲି।
ନ୍ୟାୟ ନମିଳିବା ଯାଏ ଥାନା ସମ୍ମୁଖରେ ଧାରଣା ରେ ବସି ରହିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ସାତ ତାରିଖ ବିଳମ୍ବିତ ରାତିରେ ଖୋଦ ବିଧାୟକ ସାରଦା ପ୍ରଧାନଙ୍କ ନିଜ ପୋଡାମରାଇ ପଂଚାୟତର ମହିଳା ସମିତି ସଭ୍ୟାଙ୍କୁ ତାଙ୍କ ସମର୍ଥକ ମାନେ ଗାଳିଗୁଲଜ କରି ବାସଭବନରେ ପଶି ଶୋଇବା ଘରେ ତାଙ୍କୁ ଆକ୍ରମଣ କରିବା ସହ ମୁଣ୍ଡ ଫଟାଇ ଦେଇଥିଲେ,
ଖବର ପାଇବା ସାଲେପୁର ଏସ୍ଡିପିଓ ବିରଞ୍ଚି ନାରାୟଣ ପତି , ଭଦରେଶ୍ୱର ଆଇଆଇସି ସଂଧ୍ୟାରଣୀ ସିଂ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ସୁଦ୍ଧା ଘଟଣାର ଚାରିଦିନ ପରେ ଅଭିଯୁକ୍ତକୁ ଜାଣିଶୁଣି ଗିରଫ କରିନାହିଁ। ପୁଲିସ ରାଜନୈତିକ ଚାପରେ ଚୁପ ହୋଇ ବସିଛି ,ଯଦି ପୁନର୍ବାର ଅଭିଯୁକ୍ତ ମାନେ ଆକ୍ରମଣ କରନ୍ତି ତେବେ ଏଥିନେଇ ପୁଲିସ ଦାୟୀ ରହିବ ବୋଲି ଅଭିଯୋଗ କାରିଣୀ ସୋନାଲି ଗଣମାଧ୍ୟମକୁ କହିଛନ୍ତି l
No Result
View All Result