No Result
View All Result
୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାମନାଗୁଡା :- ପେସାରେ ସେ ଜଣେ ସରକାରୀ କର୍ମଚାରୀ କମ୍ପ୍ୟୁଟର ପ୍ରୋଗ୍ରାମର। ଅଥଚ ନିଶା ବୃକ୍ଷ ରୋପଣ। ଦୀର୍ଘ ୨୦ ବର୍ଷ ହେଲା ଗଛ ପ୍ରେମରେ ପଡ଼ିଛନ୍ତି। ଦିନକୁ ଦୁଇ ଘଣ୍ଟା ସମୟ ବାହାର କରି ଗଛ ଲଗାଉଛନ୍ତି। ଗଛ ପ୍ରେମରେ ପଡ଼ିଥିବା ଏଭଳି ଜଣେ ମଣିଷ ହେଉଛନ୍ତି ରାମନାଗୁଡା ବ୍ଳକର ରବି ନାରାୟଣ ଦାସ ଙ୍କ ନିଜ ଘର ରାୟଗଡ଼ା ଜିଲ୍ଲାରେ ସେ ପ୍ରଥମେ ନିଜର ସାହି ରୁ ଆରମ୍ଭ କରିଥିଲେ ଗଛ ଲଗାଇବା ଅଭିଯାନ।ପ୍ରଚୁର ଅମ୍ଳଜାନ ସହ ଛାଇ ଯୋଗାଉଥିବା ବଟ ଏବଂ ଓସ୍ତ ଗଛ ଲଗାଇବା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ।
କେବଳ ବୃକ୍ଷରୋପଣ ନୁହେଁ, ନିୟମିତ ସେସବୁର ଯତ୍ନ ନେଉଛନ୍ତି। ଏ ଭିତରେ ଶ୍ରୀ ଦାସ ୩୦୦୦ ରୁ ଉର୍ଦ୍ଧ ଗଛ ଲଗାଇ ବଡ଼ କରି ସାରିଛନ୍ତି । ପରିବେଶ ସନ୍ତୁଳନ ରକ୍ଷା ୨୦ ବର୍ଷ ଲଗାଉଛନ୍ତି ବଟ, ଓସ୍ତ ଗଛ ଯତ୍ନ ନେଇ ବଞ୍ଚାଇ ପାରିଛନ୍ତି ୧୮୦୦ ଅମ୍ଳଜାନ ପାଇଁ ଗଛ ଲଗାଇବା ଜରୁରି। ଏଣୁ ସେ ଗଛ ଲଗାଇବା ସହ ଲୋକଙ୍କୁ ମଧ୍ୟ ଏ ସମ୍ପର୍କରେ ସଚେତନ କରୁଛନ୍ତି । ରାସ୍ତାକଡ଼, ବିଭିନ୍ନ ଛକ. ଏବଂ ପୋଖରୀ ହୁଡ଼ାରେ ଅଧିକରୁ ଅଧିକ ଗଛ ଲଗାଉଛନ୍ତି ଶ୍ରୀ ଦାସ। ନିଜ ଗାଁ ରାୟଗଡ଼ା ପରେ ରାମନାଗୁଡା ବ୍ଳକରେ ମଧ୍ୟ ଏହି ଅଭିଯାନ ଆରମ୍ଭ କରିଛନ୍ତି ।
ତାଙ୍କ ହାତରେ ଲଗାଯାଇଥିବା ବଟ ଏବଂ ଓସ୍ତ ଚାରାଗୁଡ଼ିକ ଏ ଭିତରେ ବଡ଼ବଡ଼ ଗଛରେ ପରିଣତ ହୋଇସାରିଛି। ୨୦ ବର୍ଷ ଭିତରେ ଅନେକ ଗଛ ଲଗାଇଛନ୍ତି । ସେଥିମଧ୍ୟ ରେ ପ୍ରାୟ ୧୫୦୦ ରୁ ଅଧିକ ଗଛ ବଡ଼ ହୋଇଗଲାଣି । ଏହା ମଧ୍ୟ ଦେଖିବାକୁ ମିଳେ ସେ ବାହାରେ ବୁଲୁଥିବା ବୁଲା କୁକୁର ଏବଂ ଗାଇ ଗୋରୁ ମାନଙ୍କୁ ମଧ୍ୟ ଖାଇବା ବୁଲି ବୁଲି ଦେଇଥାନ୍ତି। ଗଛ ବଞ୍ଚିଲେ ମଣିଷ ବଞ୍ଚିବ ଏକଥାକୁ ସେ ଭଲ ଭାବେ ବୁଝି ସାରିଛନ୍ତି।ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରକୁ ଯଥାସିଦ୍ଧ କମାଇବାକୁ ମଧ୍ୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି ।
No Result
View All Result