No Result
View All Result
୧୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ରାଜ୍ୟରେ ଚହଳ ସୃଷ୍ଟି କରିଥିବା ସାକ୍ଷୀଗୋପାଳ ସ୍ଥିତ ଜୟା ହୋଟେଲରେ ମଟନ ଖାଇଥିବାରୁ ଆଜି ଦୁଇ ଜଣ ଯୁବକ ନରେନ୍ଦ୍ର ପୁଷ୍କରିଣୀ ତୁଠରେ ଲଣ୍ଡା ହୋଇ ବୁଡ ପକାଇ ପ୍ରାୟଶ୍ଚିତ କରିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜୟା ହୋଟେଲରେ ଗୋମାଂସ ମିଶୁଥିବା ଅଭିଯୋଗ ର ଭିଡିଓ ଭାଇରାଲ ହେବା ପରେ ତାହା ରାଜ୍ୟର ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା ।

ମାଳତିପାଟପୁର ର ଦୁଇ ଯୁବକ କୈଳାଶ ଚନ୍ଦ୍ର ପରିଡ଼ା ଓ ଯୋଗେନ୍ଦ୍ର ମଲ୍ଲିକ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କ ଠାରୁ ପ୍ରାୟଶ୍ଚିତ ହେବା ନିମନ୍ତେ ପରାମର୍ଶ ନେଇଥିଲେ । ପରେ ବେକରେ ପାଳ ଦଉଡା ପକାଇ ଥିଲେ ନଣ୍ଡା ହୋଇ ଗୋବର ପାଣି ପିଇ ନରେନ୍ଦ୍ରରେ ସ୍ନାନ କରିଥିଲେ ।

ସ୍ନାନ ପରେ ନୂଆ ଧଳା ଧୋତି ବସ୍ତ୍ର ପରିଧାନ କରିଥିଲେ । ପରେ ଶ୍ରୀଲୋକନାଥ ଓ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ଠାରେ ପଣ୍ଡିତଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ପ୍ରାୟଶ୍ଚିତ ହୋଇଛନ୍ତି । ଏହି ଘଟଣା ଏବେ ସହରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।
No Result
View All Result