No Result
View All Result
୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ତାଲୁକ୍ ଆଇନ୍ ସେବାକମିଟି ପକ୍ଷରୁ କୋର୍ଟ ପରିସରରୁ ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଥିଲା । ସିନିୟର୍ ଡିଭିଜନ୍ ସିଭିଲଜଜ୍ ତଥା ତାଲୁକ୍ ଆଇନ୍ ସେବା କମିଟି ଅଧ୍ୟକ୍ଷ ସୁଧୀର କୁମାର ମିଶ୍ର ଏହି ଅଦାଲତକୁ ଉଦ୍ଘାଟନ କରିଥିଲେ । ସିନିୟର୍ ଡିଭିଜନ୍ ସିଭିଲଜଜ୍ ଶ୍ରୀ ମିଶ୍ରଙ୍କ କୋର୍ଟରେ ୨୪ଗୋଟି ମୋକଦ୍ଦମା ବିଚାର କରାଯାଇ ୧୧ଗୋଟି ମୋକଦ୍ଦମା ଫଇସଲା କରାଯାଇଥିଲା ।
ସେହିପରି ଉପଖଣ୍ଡ ବିଚାରବିଭାଗ ମାଜିଷ୍ଟ୍ରେଟ୍ ସାଧନଜିତ୍ ପଣ୍ଡାଙ୍କ କୋର୍ଟରେ ୭୮ଗୋଟି ମୋକଦ୍ଦମା ବିଚାର କରାଯାଇ ୧୨ଗୋଟି ଫଇସଲା କରାଯାଇଥିଲା । ବାଙ୍କୀ ଓକିଲ ସଂଘ ସଭାପତି କୈଳାସ ଚନ୍ଦ୍ର ମହାପାତ୍ର, ସଂପାଦକ ସୁବାଶିଷ ମହାପାତ୍ରଙ୍କ ସମେତ ଆଇନଜୀବୀମାନେ ମୋକଦ୍ଦମା ଫଇସଲାରେ ସହଯୋଗ କରିବା ସହିତ ନାଜର ପ୍ରଶାନ୍ତ କୁମାର ବେହେରା , କିରାଣୀ ହରେକୃଷ୍ଣ ମୁୁର୍ମୁ, ଦିପ୍ତୀ ମୟୀ ନାୟକ, ଅଦୈତ୍ୟ ପ୍ରସାଦ ଦାସ , ଧୋଇନ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।
No Result
View All Result