No Result
View All Result
୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ଜଟଣୀ ବ୍ଲକ୍ ଅନ୍ତର୍ଗତ ରାଣୀପୁର ସ୍ଥିତ ବାପା ମା ଙ୍କ ସେବାଶ୍ରମ ଠାରେ ଆନ୍ତର୍ଜାତିକ ମହିଳା ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି I ଏଥିରେ ଜଟଣୀ ଇଂଣ୍ଡିଆନ ହ୍ୟୁମାନ ରାଇଟସର ସଭ୍ୟ ମାନଙ୍କ ଦ୍ୱାରା ବିଶେଷ କରି ଶିକ୍ଷାବିତ ଭାବନା ମିଶ୍ରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ହ୍ୟୁମାନ ରାଇଟସ ଡିଫେଣ୍ଡରର ବହୁ ମହିଳା କର୍ମକର୍ତାଙ୍କ ସହିତ ଅନେକ ସଭ୍ୟ,ସଭ୍ୟା ଓ ବାପା ମା ଙ୍କ ସେବାଶ୍ରମର ସମସ୍ତ ଅନ୍ତେବାସୀ ମାନେ ଯୋଗ ଦେଇଥିଲେ I
ଉକ୍ତ କାର୍ଯ୍ୟକ୍ରମକୁ ପରୱେଜ ହାଇଦର ଓ ହବିବୁର ରେହେମାନ ପରିଚାଳନା କରିଥିଲେIଟିନି ଟଟସ ମଣ୍ଟେଶ୍ୱରୀ ସ୍କୁଲ କୁଦିଆରୀର ପ୍ରିନସିପାଲ ତାହେରା ବେଗମ ମଂଚାସୀନ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେI ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଡ଼. ସୌଦାମିନି ଚୌଧୁରୀ ଓ ସନମ୍ମIନିତ ଅତିଥି ଭାବେ ହ୍ୟୁମାନ ରାଇଟସ ଡିଫେଣ୍ଡରସର ଦୁଇ ରାଜ୍ୟ ଉପସଭାପତି ତଥା ଆଇନୀଜୀବୀ ଶ୍ରୀଯୁକ୍ତ ଅକ୍ଷ୍ୟାଂଶୁ ଶେଖର ନାୟକ ଓ ସଚିତ୍ର ସାମନ୍ତରାୟଙ୍କ ସହିତ ମୋନାଲିସା ମହାନ୍ତି,ମାନସ କୁମାର ପୃଷ୍ଟି,
ସୋନମ ମହାପାତ୍ର, ତୋଫାନ କୁମାର ପଣ୍ଡା,ସୁରଜିତ ମହାନ୍ତି,ପି. କୋମଳି,କୁମାର ଗୌରବ ମହାନ୍ତି, ବଂଶୀଧର ଦାସ, ସସ୍ମିତା ନାୟକ, ସରସ୍ବତୀ ମହାରଣା , ଶିଶିର ବେହେରା, ବିଶ୍ୱନାଥ ରଥଙ୍କ ସହିତ ବାପା ମା ଙ୍କ ସେବାଶ୍ରମର ଅନ୍ତେବାସୀଗଣ ବହୁ ସଂଖ୍ୟାରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ I ବିଶ୍ୱ ମହିଳା ଦିବସର ତାତ୍ପର୍ଯ୍ୟତା ଓ ବର୍ତମାନ ସମାଜରେ ନାରୀ ମାନଙ୍କ ସ୍ୱଧିନତା ଉପରେ ଘଟୁଥିବା ବିଷୟ ବସ୍ତୁକୁ ନେଇ ମୁଖ୍ୟ ଅତିଥିଙ୍କ ସହିତ ସମ୍ମାନିତ ଅତିଥିଙ୍କ ଦ୍ୱାରା ଚିନ୍ତା ପ୍ରକଟ କରିବା ସହ ନିଜ ନିଜର ମୂଲ୍ୟବାନ ବକ୍ତୃତା ଉପସ୍ଥାପନ କରିଥିଲେ I
ପରିଶେଷରେ ହ୍ୟୁମାନ ରାଇଟସ ଡିଫେଣ୍ଡରସ ତରଫରୁ ଧନ୍ୟବାଦ ଅର୍ପଣ କରିବା ସହ ଅନ୍ତେବାସୀ ମାନଙ୍କୁ ଆଜିର ଦିବସରେ ଖାଦ୍ୟ ପରିବେଷଣ କରାଯାଇଥିଲା I ଏଥିରେ ବାପା ମା ଙ୍କ ସେବାଶ୍ରମର ପ୍ରତିଷ୍ଠାତା ଜ୍ୟୋତି ମହାରଣା ଓ ଗୌତମ ମହାରଣା ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ I

No Result
View All Result